fbpx
BJD
BJD SKY
BJD SKY

ମେ ସୁଦ୍ଧା ପ୍ରସ୍ତୁତ କରାଯାଇପାରିବ ୧୦ଲକ୍ଷ ରାପିଡ଼ ଟେଷ୍ଟିଂ କିଟ୍

BJD

ନୂଆଦିଲ୍ଲୀ, ୧୭ା୪: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ତାଲାବନ୍ଦରେ ଲଘୁ ବନ ଉତ୍ପାଦ ସଂଗ୍ରହ ଉପରେ କଟକଣାକୁ କୋହଳ କରାଯାଇଛି । ସେହିପରି ଫସଲ ଅମଳ ଉପରେ ମଧ୍ୟ କଟକଣା ନାହିଁ । ଲକ୍ ଡାଉନ ସମୟରେ ଲୋକମାନେ ହଇରାଣ ହେଉଛନ୍ତି ତେଣୁ ଆବଶ୍ୟକ ସାମଗ୍ରୀ ଯୋଗାଇବା ବ୍ୟବସ୍ଥା ନିୟନ୍ତ୍ରଣରେ ରଖାଯାଇଛି ।
ଏହାସହ କେତେକ କ୍ଷେତ୍ରରେ କାର୍ଯ୍ୟ ପାଇଁ କଟକଣା କୋହଳ ହେବ । ଦେଶରେ କରୋନାରୁ ୧୩.୬% ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ବତ୍ତର୍ମାନ ସୁଦ୍ଧା ୪୩୭ ଲୋକଙ୍କ ମୃତ୍ୟୁ ହୋଇଛି । ୨୪ଘଣ୍ଟାରେ କରୋନାରେ ୨୩ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ୧୦୦୭ ନୂଆ କେସ୍ ସାମ୍ନାକୁ ଆସିଛି । ଏଯାଏଁ ୧୭୪୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ସଂକ୍ରମଣର ବେଗ ଧିରେ ଧିରେ କମିଛି । ଦେଶରେ କରୋନାରେ ୮୦% ରୋଗୀ ସୁସ୍ଥ ହେଉଛନ୍ତି । କରୋନା ଗ୍ରୋଥ ଫ୍ୟାକ୍ଟର ୪୦% ହ୍ରାସ ପାଇଛି । ପ୍ଲାଜମା ଟେକନିକରେ ଚିକିତ୍ସା ଉପରେ କାମ ଜାରି ରହିଛି । ମେ ସୁଦ୍ଧା ୧୦ଲକ୍ଷ ରାପିଡ଼ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରାଯାଇପାରିବ ବୋଲି ଅଗ୍ରୱାଲ କହିଛନ୍ତି ।

Get real time updates directly on you device, subscribe now.