fbpx

ଲକ୍-ଡାଡନ୍ ନିୟମ ଭାଙ୍ଗିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଧୁମଧାମରେ କଲେ ପୁଅର ବିବାହ

ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଥିବା ବେଳେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲ ଗତ ଶୁକ୍ରବାର ବିବାହ କରିଛନ୍ତି । ଲକ୍-ଡାଉନ୍ ଯୋଗୁଁ କର୍ଣ୍ଣାଟକ ସରକାର ଏହି ଭିଭିଆଇପି ବିବାହ ଉପରେ ନଜର ରଖିଥିଲେ, କିନ୍ତୁ ଏହି ସମୟରେ ଲକ୍-ଡାଉନ୍ ନିୟମର ଭାଙ୍ଗିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ କର୍ଣ୍ଣାଟକ ସରକାର କହିଥଲେ ଯେ ବିବାହର ଭିଡିଓଗ୍ରାଫି କରାଯିବ । ଅନ୍ୟପଟେ କୁମରସ୍ୱାମୀ ମଧ୍ୟ ଦାବି କରିଛନ୍ତି ଯେ, କିଛି ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହେବ ବୋଲି ଆମେ ବିବାହ ପାଇଁ ରାଜ୍ୟ ସରକାରଙ୍କଠାରୁ ଅନୁମତି ନେଇଥିଲୁ । କିନ୍ତୁ ଫଟୋରେ ଲକ୍-ଡାଉନ୍ ନିୟମ ପାଳନ କରାନଯାଉଥିବା ଦେଖିବାକେୁ ମିଳିଥିଲା । ସେଠାକୁ ଗଣମାଧ୍ୟମକୁ ଯିବା ପାଇଁ ଅନୁମତି ନଥିଲେ ବି ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଦେଖିବାକୁ ମିଳିଥିଲା । ଏଏନଆଇ ଦ୍ୱାରା ବିବାହର କିଛି ଫଟୋ ମଧ୍ୟ ପୋଷ୍ଟ କରାଯାଇଥିଲା, ଯେଉଁଥିରେ ଜନସମାଗମ ସହ ସାମାଜିକ ଦୂରତାକୁ ଅଣଦେଖା କରାଯାଇଥିବା ଦେଖିବାକୁ ମିଳିଛି । ଏହା ସହ ବିବାହ ସମୟରେ କେହି ବି ମାସ୍କ ପିନ୍ଧି ନଥିବାର ଦେଖିବାକୁ ମିଳିଛି । ବିବାହରେ କେବଳ ୧୦-୧୫ ଲୋକ ଯୋଗ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା ।

Get real time updates directly on you device, subscribe now.