fbpx
BJD SKY
BJD SKY

ପିଜା ମଗାଇବାର ଥିଲା, ଡେଲିଭରି ବଏ ନମ୍ବର ନେଇ ଅଶ୍ଲିଳ ଭିଡ଼ିଓ ପଠାଇଲା

BJD

ମୁମ୍ବାଇରେ ରହୁଥିବା ଜଣେ ଯୁବତୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ସେ ଅନଲାଇନ୍ରେ ପିଜା ମଗାଇବାର ଥିଲା । କିନ୍ତୁ ଜଣେ ଡେଲିଭରି ବଏ ଏହି ନମ୍ବର ପାଇଁ ତାଙ୍କ ନିକଟକୁ ଅଶ୍ଳିଳ ମାସେଜ୍ ପଠାଇ ଚାଲିଛନ୍ତି । ଯୁବତୀଙ୍କ ନିକଟରୁ ଏପରି ଅଭିଯୋଗ ପାଇବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ।


ସୋସିଆଲ ନେଟୱାର୍କିଂ ସାଇଟ୍ ଟୁଇଟର ମାଧ୍ୟରେ କରିଥିବା ଅଭିଯୋଗରେ ଯୁବତୀଜଣକ ଦର୍ଶାଇଥିଲେ ଯେ, ଏକ ଅଜଣା ନମ୍ବରରୁ ତାଙ୍କ ନିକଟକୁ ହ୍ୱାଟ୍ସଆପ୍ ମାସେଜ୍ ଆସିଥିଲା । ଏହାପରେ ଏକ ଅଶ୍ଳିଳ ଭିଡ଼ିଓ ପଠାଇଥିଲା ଅଭିଯୁକ୍ତ । ପରେ ଯୁବତୀଜଣକ ଜାଣିବାକୁ ପାଇଥିଲେ ଯେ, ଏହି ନମ୍ବରଟି ଅନଲାଇନ୍ ଜରିଆରେ ଅର୍ଡର କରାଯିବା ପରେ ପିଜା ହୋମ୍ ଡେଲିଭରି କରୁଥିବା ଡୋମିନସ୍ କମ୍ପାନୀର ଏକ ଡେଲିଭରି ବଏର ଅଟେ । ଡୋମିନସରେ ରେଜିଷ୍ଟର କରାଯାଇଥିବା ନମ୍ବର ମିଳିଯାଇ ଥିବାରୁ ଡେଲିଭରି ବଏ ଜଣକ ଏପରି କରିଥିବା ସେ ଦର୍ଶାଇଥିଲେ ।
ଯୁବତୀଜଣକ କମ୍ପାନୀର ପ୍ରାଇଭେସୀ ପଲିସି ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଷଲ । ଏପରି କମ୍ପାନୀଗୁଡ଼ିକ ନିଜ ଗ୍ରାହକଙ୍କ ଡାଟା ସୁରକ୍ଷିତ ରଖିବା ଏବଂ ସେମାନଙ୍କ ନିକଟକୁ ଖରାପ ମାସେଜ୍ ନ ଆସିବା ନେଇ ପଦକ୍ଷେପ ଉଠାଇବା ଆବଶ୍ୟକ ବୋଲି ଅଭିଯୋଗକାରୀଣୀ ଯୁବତୀଜଣକ ଦର୍ଶାଇଥିଲେ ।


ଏପରି ଟୁଇଟ୍ ହେବା ପରେ ଲୋକମାନେ ଏହାକୁ ମୁମ୍ବାଇ ପୋଲିସକୁ ଟାଗ୍ କରିବା ଆରମ୍ଭ କରିଦେଇଥିଲେ । ଅନେକ ଲୋକ ଡୋମିନସ୍ କମ୍ପାନୀକୁ ମଧ୍ୟ ଟାଗ୍ କରିଥିଲେ । ମୁମ୍ବାଇ ପୋଲିସ ତୁରନ୍ତ ରିପ୍ଲାଇ ଦେଇ କହିଛି ଯେ, ଘଟଣା ସମ୍ପର୍କରେ ତଦନ୍ତ କରାଯିବ । ତେବେ ତୁରନ୍ତ ନମ୍ବର ସେୟାର କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.