fbpx

୨୪ଘଣ୍ଟାରେ ସାମ୍ନାକୁ ଆସିଛି ୧୩୪୮ନୂଆ କେସ୍

ନୂଆଦିଲ୍ଲୀ, ୧୯ା୪: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ତାଲାବନ୍ଦ କଟକଣା କଡ଼ାକଡ଼ି ଭାବେ ପାଳନ ହେବା ଦରକାର । ଗ୍ରାମାଞ୍ଚଳକୁ ଲଗାତାର ଗସ୍ତ କରାଯାଉ । ଏହି ପରିସ୍ଥିତିରେ ଉଚିତ ସମୀକ୍ଷା ପରେ ଲାଗୁ କରାଯାଇଥିବା କଟକଣା କିଛି ମାତ୍ରାରେ କୋହଳ କରାଯିବ । ଏନେଇ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରମିକଙ୍କୁ ରୋଜଗାରର ସୁବିଧା ମଧ୍ୟ ମିଳିବ । ଦେଶରେ ୨୪ଘଣ୍ଟାରେ ୨୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଯାଏଁ ୫୦୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏଯାଏଁ ୩ଲକ୍ଷ ୮୬ହଜାର ୭୯୧ ନମୁନା ପରୀକ୍ଷା ହୋଇଛି । ୨୪ଘଣ୍ଟାରେ ୧୩୪୮ନୂଆ କେସ୍ ସାମ୍ନାକୁ ଆସିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୩୧ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.