fbpx

ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୪୬ଜଣ ଆସିଛନ୍ତି: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ନେଇ ୨୪ଘଣ୍ଟାର ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ, କୌଣସି ଜାଗାରେ ୭ଜଣରୁ ଅଧିକ ଏକାଠି ହୁଅନ୍ତୁ ନାହିଁ । ଆଜିଠୁ ସ୍ଥିତିରେ ସୁଧାର ନଆସିବା ଯାଏଁ ସମସ୍ତ ନିର୍ଦ୍ଦେଶ ବଳବତ୍ତର ରହିବ । ୨୨ମାର୍ଚ୍ଚ ଜନତା କର୍ଫ୍ୟୁ ଦିନ ସମସ୍ତେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି ସୁଦ୍ଧା ୧୮୨ଟି ଦେଶରେ କରୋନା ଭାଇରସ୍ ବ୍ୟାପିଛି । ସାରା ବିଶ୍ୱରେ ୨ଲକ୍ଷ ୪୬ହଜାର ୫୨୨ ଲୋକ ଆକ୍ରାନ୍ତ ଅଛନ୍ତି । ଏହାସହ ୧୦ହଜାର ୪୯ଜଣଙ୍କର ମୃତ୍ୟୁ ହୋଇସାରିଛି ।
ଭାରତରେ ୨୦୬ ଜଣ କରୋନାରେ ଆକ୍ରାନ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ଭାରତରେ କରୋନାରେ ୫ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ସେହିପରି ଓଡ଼ିଶାରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହୋଇଥିଲେ । କରୋନାରେ ଆକ୍ରାନ୍ତ ଥିବା ସମ୍ପୃକ୍ତ ୧୯ବର୍ଷୀୟ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଅଛି ବୋଲି ବାଗଚୀ କହିଛନ୍ତି । ଏହାସହ ଆକ୍ରାନ୍ତ ଥିବା ସମ୍ପୃକ୍ତ ଯୁବକଙ୍କ ସଂସ୍ପର୍ଶରେ ୪୬ଜଣ ଆସିଥିଲେ । ୪୬ଜଣଙ୍କ ମଧ୍ୟରୁ ୪୩ଜଣଙ୍କ ପରିଚୟ ମିଳିଛି । ଅନ୍ୟ ୩ଜଣଙ୍କୁ ଯୁଦ୍ଦକାଳୀନ ଭିତ୍ତିରେ ୮ଟି ମନିଟରିଂ ଟିମ୍ ଟ୍ରେସ କରୁଛି ।
ଅନ୍ୟପଟେ ବିଦେଶରୁ ଆସିଥିବା କିଛି ପର୍ଯ୍ୟଟକଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଏପରି କାର୍ଯ୍ୟକଳାପ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏପରି କାର୍ଯ୍ୟକଳାପ ବିଶ୍ୱରେ ଭାରତର ନାମ ଖରାପ କରିବ ବୋଲି ବାଗଚୀ କହିଛନ୍ତି । ସମସ୍ତଙ୍କୁ ସାହାଯ୍ୟ କରନ୍ତୁ ଏବଂ ମଣିଷପଣିଆ ହରାନ୍ତୁ ନାହିଁ । ଏପରି ପରିସ୍ଥିତିରେ ଧର୍ଯ୍ୟ ନହରାଇବା ସହ ବାହାର ଲୋକଙ୍କୁ ବି ସହଯୋଗ କରନ୍ତୁ । ସମସ୍ତ ଏସସି/ଏସଟି ଛାତ୍ରାବାସ ମାର୍ଚ୍ଚ ୨୫ରୁ ଜୁନ ୧୫ଯାଏଁ ବନ୍ଦ ରହିବ । ଆସନ୍ତକାଲିଠୁ ଭିଡ଼ିଓକନଫରେନ୍ସିଂରେ ସମସ୍ତ ବୈଠକ ହେବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.