fbpx

କରୋନାରେ ଚିହ୍ନଟ ହେଲେ ‘ବେବି ଡଲ’ର ସିଙ୍ଗର କନିକା କପୂର, ଲଣ୍ଡନରୁ ଫେରି ୩୦୦ ଲୋକଙ୍କ ସହ କରିଥିଲେ ପାର୍ଟି

ମୁମ୍ବାଇ,୨୦ ।୩: ‘ବେବି ଡଲ୍ ମେ ସୋନେ ଦି’ ଓ ‘ଚିଟିୟା କଲାୟିଆ’ ପରି ବହୁ ହିଟ୍ ଗୀତ ଗାଇଥିବା ଗାୟିକା କନିକା କପୁରଙ୍କ କରୋନା ଭାଇରସର ରିପୋର୍ଟ ପଜିଟିଭ୍ ଆସିଛି । ସମଗ୍ର ଦେଶରେ କରୋନା ଭାଇରସକୁ ମୁକାବିଲା କରିବା ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଘରେ ରହିବାକୁ ନିବେଦନ କରୁଥିବା ବେଳେ ଭାରତର ପ୍ରଥମ ସେଲିବ୍ରିଟି ଭାବେ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି କନିକା । ସେ ଗତ ୧୫ ମାର୍ଚ୍ଚରେ ଲଣ୍ଡନରୁ ଫେରିଥିବା ବେଳେ ବିମାନବନ୍ଦରରୁ ବାଥରୁମ୍ ଯିବା ବାହାନାରେ ଲୁଚି ପଳାଇ ଆସିଥିଲେ । ବିନା ଯାଞ୍ଚରେ ବିମାନ ବନ୍ଦରରୁ ଆସିବା ପରେ କନିକା ଲଖନଉ ସ୍ଥିତ ଆପାର୍ଟମେଣ୍ଟରେ ବଡ ପାର୍ଟିର ଆୟୋଜନ କରିଥିଲେ ।

କନିକାଙ୍କ ଏହି ପାର୍ଟିରେ ବହୁ ନେତା ଓ ବିଚାରପତିଙ୍କ ସମେତ ୩୦୦ ଲୋକ ସାମିଲ ହୋଇଥିଲେ । ଏବେ କେବଳ କନିକା କରୋନା ପଜିଟିଭ୍ ଥିବା ଜଣାପଡିଛି । କିନ୍ତୁ ଘଟଣା ସାମ୍ନାକୁ ଆସିବା ପରେ ପାର୍ଟିକୁ ଆସିଥିବା ସମସ୍ତ ଲୋକ ଭୟଭୀତ ହୋଇପଡିଛନ୍ତି ।

ଖବର ଆସିଛି କି କନିକା ଲଖନଉର ତାଜ ହୋଟେଲରେ ରହିଥିଲେ । ଅନ୍ୟପଟେ କନିକାଙ୍କ ଆପାର୍ଟମେଣ୍ଟର ବହୁ ଲୋକ ଘର ଛାଡି ଅନ୍ୟ ଜାଗାକୁ ପଳାଇ ସାରିଲେଣି । କନିକାଙ୍କ ପୁରା ପରିବାରକୁ ଏବେ କ୍ୱାରେଣ୍ଟାଇନରେ ରଖାଯାଇଛି ।

Get real time updates directly on you device, subscribe now.