fbpx

ପୁଣି ମାଡ଼ିଲା କରୋନା: ଦିନକରେ ଦେଶରୁ ବାହାରିଲେ ୧୭ ହଜାର ପଜିଟିଭ୍, ଜାଣନ୍ତୁ ଓଡ଼ିଶାରୁ କେତେ ?

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ଭାଇରସ୍ ପୁଣିଥରେ ବ୍ୟାପିବାରେ ଲାଗିଛି । ଦିନକୁ ଦି ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭,୦୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ଦେଶରେ କେର।।ନ ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୫ ହଜାର ୨୦କୁ ବୃଦ୍ଧି ପାଇଛି । ଦେଶର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ହଜାର ୪୨୦ ରହିଛି । ବର୍ତ୍ତମାନ ସୁଦ୍ଧା ୪ କୋଟି ୨୭ ଲକ୍ଷ ୮୭ ହଜାର ୬୦୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୨ ଓ ସ୍ଥାନୀୟ ସଂକ୍ରମଣରୁ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୬, କଟକରୁ ୧୩, ସୁନ୍ଦରଗଡ଼ରୁ ୮, ଷ୍ଟେଟପୁଲରୁ ୬, ବାଲେଶ୍ୱରରୁ ୫, ସମ୍ବଲପୁରରୁ ୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୬ରେ ପହଞ୍ଚିଛି ।

Get real time updates directly on you device, subscribe now.