fbpx

ଦିନକରେ ୯୪୮ ଜୀବନ ନେଲା ମହାମାରୀ କୋରୋନା

ନୂଆଦିଲ୍ଲୀ,୩୦ ।୮:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୬୩ ହଜାର ୪୯୮ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୪୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୭୮ ହଜାର ୭୬୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ଏହା ହେଉଛି ସର୍ବାଧିକ ସଂଖ୍ୟା। ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ୪୨ ହଜାର ୭୩୩ କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ୭ ଲକ୍ଷ ୬୫ ହଜାର ୩୦୨ ଜଣ ଚିକିତ୍ସିତ ହେଉଥିବା ବେଳେ ୨୭ ଲକ୍ଷ ୧୩ ହଜାର ୯୩୩ ସୁସ୍ଥ ହୋଇସାରିଛନ୍ତି । ରିକଭରୀ ରେଟ୍ ବା ସୁସ୍ଥ ହାର ୭୬.୬ ପ୍ରତିଶତ ରହିଛି। ପଜିଟିଭିଟି ରେଟ୍ ୭.୪୬ ପ୍ରତିଶତ ରହିଛି। ଅଗଷ୍ଟ ୨୯ରେ ୧୦,୫୫,୦୨୭ ନମୁନା ଟେଷ୍ଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୪,୧୪,୬୧,୬୩୬ ନମୁନା ପରୀକ୍ଷଣ ସରିଲାଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.