fbpx

ସିଲଭର ସିଟି କଟକରେ କୋଭିଡ଼ ସ୍ଥିତିକୁ ନେଇ ସୂଚନା ଦେଲେ ସିଏମସି କମିଶନର, ଜାଣନ୍ତୁ କଣ କହିଲେ

ଭୁବନେଶ୍ୱର, ୧୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଏଥି ସହିତ ଭୁବନେଶ୍ୱର ସହ କଟକରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି । କଟକ ଜିଲ୍ଲାରେ କୋଭିଡ଼ ସ୍ଥିତି ନେଇ ସିଏମସି କମିଶନର ସୂଚନା ଦେଇ କହିଛନ୍ତି ଯେ କୋଭିଡ଼ କେୟାର ହୋମ ଗଠନ ଓ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି । ଟେଷ୍ଟିଂ-ଟ୍ରେସିଂ-ଟ୍ରାକିଂ ଉପରେ ମଧ୍ୟ ଆମର ଗୁରୁତ୍ୱ ରହିଛି । କରୋନା ମୁକାବିଲା ନେଇ ୱାର୍ଡ଼ କମିଟି ଉପରେ ବଡ଼ ଦାୟିତ୍ୱ ଅଛି । ସତର୍କ ଓ ସଚେତନ ରହିଲେ କୋଭିଡ଼ ଉପରେ ନିୟନ୍ତ୍ରିତ ରହିବ ବୋଲି ସେ କହିଛନ୍ତି ।

ଏହାସହ ମାସ୍କ ପିନ୍ଧବା ସାଙ୍ଗକୁ ୬ଫୁଟ ଦୂରତା ରଖିବା ଓ ହାତ ଧୋଇବାକୁ ସେ ଆହ୍ୱାନ କରିଛନ୍ତି । ଯାହାର ଟ୍ରାଭେଲ ହିଷ୍ଟ୍ରି ଅଛି ସେମାନେ ହୋମ କ୍ୱାରେଣ୍ଟିନରେ ରହୁଛନ୍ତି । ଡାକ୍ତରଖାନାକୁ କରୋନା ମୁକ୍ତ ରଖିବାକୁ ପଦକ୍ଷେପ ନିଆଯାଉଛି । ଡାକ୍ତରଖାନାକୁ ରୋଗୀ ଆସିଲେ ପ୍ରଥମେ ସ୍କ୍ରିନିଂ କରାଯାଉଛି । ଓପିଡ଼ି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତି ବିଭାଗରେ ସ୍କ୍ରିନିଂ ଓ ଆଇସୋଲେସନ ବ୍ୟବସ୍ଥା କରାଯାଇଛି । ଡାକ୍ତରଖାନା ଭିତରେ ଓ ବାହାର ସାନିଟାଇଜ କରାଯାଉଛି । ଘରୋଇ ଡାକ୍ତରଖାନା ମାନଙ୍କ ପାଇଁ ଗାଇଡ଼ଲାଇନ ଦିଆଯାଇଛି ।

ବାହାଘର, ଅନ୍ତିମସଂସ୍କାର କାର୍ଯ୍ୟକ୍ରମରେ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି । ଏପରି କାର୍ଯ୍ୟକ୍ରମରେ ନିୟମ ମାନନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ । ବସ୍ତି ଅଞ୍ଚଳରେ ଘରକୁ ଘର ବୁଲି ସର୍ଭେ କରାଯାଉଛି । ଯେଉଁମାନଙ୍କର କିଛି ସମସ୍ୟା ରହୁଛି ତାଙ୍କର ତୁରନ୍ତ ଟେଷ୍ଟ କରାଯାଉଛି । କଟକ ସହର ପାଇଁ କିଛି ବିଶେଷ ଆହ୍ୱାନ ରହିଛି । କଟକର ବିଭିନ୍ନ ମାର୍କେଟ ଉପରେ ନଜର ରଖାଯାଇଛି । ପରିବା କିଣିବା ପାଇଁ ବଡ଼ ବଡ଼ ମାର୍କେଟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଦରକାର ନଥିଲେ ପ୍ରତିଦିନ ପରିବା କିଣିବାକୁ ଯାଆନ୍ତୁନି । ଜନଗହଳିପୂର୍ଣ୍ଣ ବଜାରରେ ସଂକ୍ରମଣ ବ୍ୟାପିବାରେ ଆଶଙ୍କା ରହୁଛି ।

Get real time updates directly on you device, subscribe now.