fbpx
BJD
BJD SKY
BJD SKY

ଦିନକରେ ୨୨,୮୮୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩୮ ମୃତ

ନୂଆଦିଲ୍ଲୀ, ୧୮।୧୨: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ୧ଲକ୍ଷ ୪୪ ହଜାର ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୩୩୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦିନକରେ ୨୨,୮୮୯ ନୂଆ ପିଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭଙ୍କ ସଂଖ୍ୟା ୯୯,୭୯,୪୪୭କୁ ବୃଦ୍ଧି ପାଇଛି। ସେହିପରି ୩,୧୩,୮୩୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୯୫,୨୦,୮୨୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୪ ଘଣ୍ଟାରେ ୩୧,୦୮୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Get real time updates directly on you device, subscribe now.