fbpx

ଦେଶରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ, ପ୍ରଥମେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ଟ୍ରାଏଲ

ନୂଆଦିଲ୍ଲୀ,୨୦ ।୧୧: କରୋନା ସଙ୍କଟ ମଧ୍ୟରେ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି । ଚଣ୍ଡିଗଡର ପିଜିଆଇରେ ହୋଇଛି ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ୍ ବିଜଙ୍କ ଉପରେ ପ୍ରଥମେ ଟ୍ରାଏଲ କରାଯାଇଛି । ପୂର୍ବରୁ ଅନିଲ ବିଜ ନିଜକୁ ସ୍ୱେଚ୍ଛାସେବୀ ଘୋଷଣା କରିଥିଲେ । କୋଭାକ୍ସିନ ଟିକା ନେବା ପରେ ଏବେ ଡାକ୍ତରଙ୍କ ନୀରିକ୍ଷଣରେ ରହିବେ ଅନିଲ । ୪୨ ଦିନ ପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ରିପୋର୍ଟ ଆସିବ । ପୂର୍ବରୁ ୨ଟି ପର୍ଯ୍ୟାୟର ପରୀକ୍ଷଣ ସଫଳ ହୋଇଛି ।

Get real time updates directly on you device, subscribe now.