fbpx

କରୋନା ଭାଇରସ୍, କ୍ୱାରେନଟାଇନ ସେଣ୍ଟର ଖୋଲିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କ୍ୱାରେନଟାଇନ ସେଣ୍ଟର ଖୋଲିବ । ଭୁବନେଶ୍ୱରରେ ୨୫ଟି ସ୍ଥାନରେ କ୍ୱାରେନଟାଇନ ସେଣ୍ଟର ବିଏମସି ଖୋଲିବ । ଗୃହ ଓ ନଗର ଉନ୍ନୟନ ବିଭାଗର ଚିଠି ପରେ ବିଏମସି ଏହିପରି ପ୍ରସ୍ତୁତି ଆରମ୍ଭ କରିଛି ।
ରାଜ୍ୟର ସବୁ ପୌରସଂସ୍ଥାକୁ ନଗର ଉନ୍ନୟନ ସଚିବ କରୋନା ପାଇଁ ଚିଠି ଲେଖିଛନ୍ତି । ଅସ୍ଥାୟୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ସୁବିଧା ଉପଲବ୍ଧ କରିବାକୁ ଚିଠି ଲେଖାଯାଇଛି । କଲ୍ୟାଣ ମଣ୍ଡପ, ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପରିମଳ ଓ ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ ପାଇଁ ଗଠନ ହେବ ଟିମ୍ । ୨୪ଘଣ୍ଟିଆ ବିଜୁଳି ଓ ପାଣି ସୁବିଧା ପ୍ରସ୍ତୁତ ରଖିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଦିନ ୨ଟାରୁ ପ୍ରତିଦିନ ବନ୍ଦ ରହିବ ସହରର ସବୁ ପାର୍କ । ସବୁ ପ୍ରକାରର ସଭା, ସମିତି, ଉତ୍ସବ ଓ ଜନଗହଳିକୁ ନିଷେଧ କରାଯିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.