fbpx

କରୋନା ବିରୋଧରେ ଲଢ଼େଇ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଏହାରି ମଧ୍ୟରେ କରୋନା ବିରୋଧରେ ଲଢ଼େଇ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ଆହ୍ୱାନ କରିଛନ୍ତି । କରୋନାରୁ ସୁରକ୍ଷିତ ରହିବାକୁ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ସେ କହିଛନ୍ତି । ଏହି ପରିସ୍ଥିତିରେ ସମସ୍ତଙ୍କ ସକାରାତ୍ମକ ପ୍ରଦର୍ଶନର ଆବଶ୍ୟକତା ରହିଛି । ଯେକୌଣସି ବିପଦକୁ ସାମ୍ନା କରିବାକୁ ଓଡ଼ିଶାବାସୀ ସମର୍ଥ ବୋଲି ରାଜ୍ୟପାଳ କହିଛନ୍ତି । ମହାମାରୀ ବିରୋଧରେ ଲଢ଼ିବାକୁ ସମସ୍ତେ ପ୍ରସ୍ତୁତ ରୁହନ୍ତୁ । ରାଜ୍ୟ ସରକାର ଅନେକ ଦୂର ଦୃଷ୍ଟିସମ୍ପନ୍ନ ପଦକ୍ଷେପ ନେଇଛନ୍ତି । ଏହାସହ ସଚେତନତା, ସମୀକ୍ଷା ଓ ବିଭିନ୍ନ ପଦକ୍ଷେପ ନେଇଛନ୍ତି ସରକାର । କରୋନା ଭୂତାଣୁ ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ସେ ଏକ ଆହ୍ୱାନ ଦେଇଛନ୍ତି । ଏହାର ସଫଳ ମୁକାବିଲା ପାଇଁ ସବୁ ସ୍ତରରେ ଉଦ୍ୟମ ଜରୁରୀ ବୋଲି ସେ କହିଛନ୍ତି ।
ଉଲ୍ଲେଖେଯୋଗ୍ୟ ଯେ ସାରା ବିଶ୍ୱରେ କରୋନାରେ ୮୦୦୦ ରୁ ଉଦ୍ଧ୍ୱର୍ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇସାରିଲାଣି । ଏହାସହ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନାରେ ଦେଶରେ ବର୍ତ୍ତମାନ୧୫୨ଜଣ ଆକ୍ରାନ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଓଡ଼ିଶାରେ ମଧ୍ୟ କରୋନାରେ ଜଣେ ଆକ୍ରାନ୍ତ ଅଛନ୍ତି ।
ସେହିପରି ବିଦେଶରେ ଥିବା ୨୭୬ ଭାରତୀୟ କରୋନାରେ ଆକ୍ରାନ୍ତ ଅଛନ୍ତି । ଇରାନରେ ସର୍ବାଧିକ ୨୫୫ ଭାରତୀୟ କରୋନାରେ ଆକ୍ରାନ୍ତ ଅଛନ୍ତି । ସେହିପରି ୟୁଏଇରେ ୧୨ଜଣ, ଇଟାଲିରେ ୫ ଓ ହଂକହ, କୁଏତ, ରୁଆଣ୍ଡ ଓ ଶ୍ରୀଲଙ୍କାରେ ଜଣେ ଲେଖାଏଁ ଭାରତୀୟ କରୋନାରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.