ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାକୁ ବଢ଼େଇ ଦିଆଯାଇଛି । ଏନେଇ ସବୁ ରେସ୍ତୋରାଂ, ବାର୍, କ୍ୟାଣ୍ଟିନ୍, ଟିଫିନ୍ ସେଣ୍ଟର ବନ୍ଦ ରହିବ । ହୋଟେଲ ଗ୍ରାହକଙ୍କୁ ଖାଦ୍ୟ ଘରକୁ ନେବା ପାଇଁ ଉତ୍ସାହିତ କରାଯିବ । ଏହାସହ ହୋଟେଲରେ ଗ୍ରାହକଙ୍କ ମଧ୍ୟରେ ୨ମିନିଟ ଦୂରତା ରଖିବାକୁ ନିର୍ଦ୍ଦେଶ ହୋଇଛି ।
ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଭାରତରେ କରୋନାରେ ୨୦୬ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ଓଡ଼ିଶାରେ ମଧ୍ୟ ଦୁଇ ଜଣ କରୋନାରେ ଆକ୍ରାନ୍ତ ଅଛନ୍ତି ।
Prev Post