fbpx

କରୋନା ଭାଇରସ୍ , ୬ମାସ ପାଇଁ ଏସମା ଲାଗୁ

ଭୁବନେଶ୍ୱର, ୨୩ା୩(ଓଡ଼ିଶା ଭାସ୍କର): କରୋନା ସ୍ଥିିତିକି ଦୃଷ୍ଟିରେ ରଖି ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଜଳଯୋଗାଣ ଓ ପରିମଳ ସେବା ପାଇଁ ଲାଗୁ ହେବ ଏସମା । ରାଜ୍ୟର ସବୁ ସହରାଞ୍ଚଳରେ ୬ମାସ ପାଇଁ ଏସମା ହେବ । ପିଏଚଇଓ, ଓଡ଼ବ୍ଲୁଏସଏସବି ଓ ଡବ୍ଲୁଏଟିସିଓ ପାଇଁ ବି ନିର୍ଦ୍ଦେଶନାମା ଲାଗୁ ହେବ । ଜଳଯୋଗାଣ ଓ ପରିମଳ ସେବା ସହ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ କୌଣସି ପ୍ରକାର ଧର୍ମଘଟ କରିବା ପାଇଁ ମନା ହୋଇଛି । ଓଡ଼ିଶା ଏସେନସିଆଲ ସର୍ଭିସେସ୍ ମେଣ୍ଟେନାନ୍ସ ଆକ୍ଟ ଆଧାରରେ ପ୍ରତିବନ୍ଧକ ଲାଗୁ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ସାରା ବିଶ୍ୱରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଭାରତରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ସୂଚନା ଦେଇଛି ଆଇସିଏମଆର୍ । ଏହାସହ କରୋନା ଯୋଗୁ ଦେଶରେ ୮ଜଣ ପ୍ରାଣ ହରାଇ ସାରିଲେଣି । ଦେଶର ମହାରଷ୍ଟ୍ର ଓ କେରଳରେ କରୋନା ନେଇ ଅଧିକ ପ୍ରଭାବିତ ହୋଇଛନ୍ତି ।

Get real time updates directly on you device, subscribe now.