fbpx

ଲକ୍ଷାଧିକ ପେନସନଭୋଗୀଙ୍କ ପାଇଁ ବଡ ଖବର: ଦୁଇଗୁଣ ହୋଇପାରେ ସର୍ବନିମ୍ନ ଭତ୍ତା

ନୂଆଦିଲ୍ଲୀ,୨୩ ।୩: କରୋନା ଭାଇରସ ସଙ୍କଟର ମୁକାବିଲା କରିବା ପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହା ଅଧୀନରେ କର୍ମଚାରୀ ଓ କମ୍ପାନୀଗୁଡିକୁ ଆରାମ ମିଳିବ । ଶ୍ରମ ମନ୍ତ୍ରଣାଳୟ ଏକ ସଙ୍କୋଚନକାରୀ ପ୍ୟାକେଜ ଉପରେ କାମ କରୁଛି । କାରଣ ଦେଶରେ କରୋନା ପାଇଁ କାରଖାନା ଓ ଅଫିସ ବନ୍ଦ ହେବାରୁ ଚାକିରୀ ଉପରେ ପ୍ରଭାବ ପଡିପାରେ । ଏନେଇ ଯଦି କୌଣସି କମ୍ପାନୀ ପ୍ରୋଭିଡେଣ୍ଟ ଫଣ୍ଡରେ ନିଜର ଅଂଶ ଜମା କରିବାରେ ବିଳମ୍ବ ପରେ, ତେବେ ଏହା ଉପରେ ଦିଆଯାଇଥିଲା ପେନଲ୍ଟି ବା ଦଣ୍ଡକୁ ଛାଡ କରାଯିବ ।

ଏହା ବ୍ୟତୀତ କର୍ମଚାରୀଙ୍କ ସର୍ବନିମ୍ନ ପେନସନ୍ ରାଶିକୁ ୨୦୦୦ ଟଙ୍କା ବୃଦ୍ଧି କରିବାକୁ ଆଲୋଚନା ଚାଲିଛି । ଏଥି ସହିତ, ଯଦି ଜଣେ କର୍ମଚାରୀ ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି, ତେବେ ତାଙ୍କ ପିଏଫ୍ ପ୍ରତ୍ୟାହାର ପାଇଁ ଆବେଦନକୁ ତୁରନ୍ତ ଅନୁମୋଦନ କରାଯିବ। ଏହା ବ୍ୟତୀତ ଚାକିରୀ ହରାଇବା କିମ୍ବା ଅନୁଷ୍ଠାନ ବନ୍ଦ ହେବା ଘଟଣାରେ କର୍ମଚାରୀଙ୍କ ପାଇଁ PF ପ୍ରତ୍ୟାହାର କରିବା ସହଜ ହେବ। ସଙ୍କଟ ସମୟରେ PF ର ପରିମାଣ କର୍ମଚାରୀଙ୍କ ପାଇଁ ବେଶ ଉପଯୋଗୀ ହେବ ।

ତେବେ ନିୟମ ଅନୁଯାୟୀ, ଯଦି କୌଣସି କମ୍ପାନୀ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟରେ ଏହାର ଅଂଶ ପୂରଣ କରିବାରେ ବିଳମ୍ବ କରେ, ତେବେ ବାର୍ଷିକ ୧୨ ପ୍ରତିଶତ ସୁଧ ହାରରେ ପ୍ରତିଦିନ ପେନାଲ୍ଟି ଦେବାକୁ ପଡିବ । ଏହା ବ୍ୟତୀତ ୨ ରୁ ୬ ମାସ ବିଳମ୍ବରେ ୫ ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଏହି ଦଣ୍ଡରେ କମ୍ପାନୀଗୁଡିକ ପାଇଁ ରିଲିଫକୁ ବିଚାର କରାଯାଉଛି। ଏହା ବ୍ୟତୀତ ସର୍ବନିମ୍ନ କର୍ମଚାରୀ ପେନସନ ଯୋଜନାର ପରିମାଣ ୧୦୦୦ ରୁ ୨,୦୦୦ ଟଙ୍କାକୁ ବୃଦ୍ଧି କରାଯାଉଛି । ବର୍ତ୍ତମାନ ଏହା କ୍ୟାବିନେଟର ଅନୁମୋଦନ ଅପେକ୍ଷା ରହିଛି।

Get real time updates directly on you device, subscribe now.