fbpx

ଘରୋଇ ଗାଡି ପାଇଁ କଟକଣା, କାଲି ସନ୍ଧ୍ୟା ସୁଦ୍ଧା ଥାନାରୁ ଆଣନ୍ତୁ ପାସ୍: ସିପି

ଭୁବନେଶ୍ୱର,୨୩ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଭାଇରସକୁ ନେଇ ଲକ୍-ଡାଉନ୍ ଘୋଷଣା କରାଯିବା ପରେ କିଛି ଲୋକ ଏହାକୁ ବେଖାତିର କରୁଛନ୍ତି । କିଛି ଲୋକ ସହଯୋଗ କରୁନଥିବାରୁ ଘରୋଇ ଗାଡି ଚଳାଚଳ ପାଇଁ କଟକଣା ଲାଗୁ ହୋଇଛି । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଯେଉଁମାନଙ୍କୁ ଯିବାକୁ ଅନୁମତି ଅଛି, ସେମାନେ ମଧ୍ୟ ପାସ୍ ଆଣିବେ । କାଲି ସନ୍ଧ୍ୟା ସୁଦ୍ଧା ଥାନାରୁ ପାସ୍ ଆଣନ୍ତୁ । କଟକଣା ନମାନିଲେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ତେବେ ନିଜର ସୁରକ୍ଷା ଓ ସମାଜର ସୁରକ୍ଷା ପାଇଁ ଦାୟିତ୍ୱବାନ୍ ହୁଅନ୍ତୁ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।

Get real time updates directly on you device, subscribe now.