fbpx

କରୋନା ଭାଇରସରେ ଇଟାଲିରେ ୨ ଲୋକଙ୍କ ମୃତ୍ୟୁ, ୧୨ଟି ସହର ବନ୍ଦ

କୋଡୋଗ୍ନୋ,୨୩ ।୨: ଚୀନରେ ବ୍ୟାପୁଥିବା କରୋନା ଭାଇରସ୍ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇବାରେ ଲାଗିଛି । ଏହି ଭାଇରସ ସଂକ୍ରମଣରେ ଆସି ଇଟାଲିରେ ୨ ଲୋକଙ୍କ ମୃତ୍ୟୁ ଘଟିଛି । ୨ ଲୋକଙ୍କ ମୃତ୍ୟୁ ପରେ ଆଜି ଉତ୍ତର ଇଟାଲିର ୧୨ଟି ସହର ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି । କରୋନା ଭୂତାଣୁ ପ୍ରଭାବରେ ସେଠାକାର ସମସ୍ତ ସ୍କୁଲ, ବିଭିନ୍ନ ପ୍ରତିଷ୍ଠାନ ଓ ରାସ୍ତାଘାଟ ବନ୍ଦ କରାଯାଇଛି । ଏହା ସହ ଇଟାଲିର ବ୍ୟାପାରିକ ରାଜଧାନୀ ମିଲାନରେ ସମସ୍ତ ସରକାରୀ କାର୍ଯ୍ୟଳୟ ବନ୍ଦ କରିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଇଟାଲିରେ କରୋନା ଭାଇରସ୍ ସଂକ୍ରମଣରେ ଆସି ୭୮ ବର୍ଷିୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେହିପରି ୭୭ ବର୍ଷିୟା ଜଣେ ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କୁ କରୋନା ଭାଇରସ୍ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.