fbpx

ଚୀନର ଉହାନ ଲ୍ୟାବରୁ ହିଁ ଲିକ୍ ହୋଇଥିଲା କରୋନା ଭାଇରସ୍ ? ହାଭାର୍ଡ ବୈଜ୍ଞାନିକଙ୍କ ବଡ ଖୁଲାସା

Advertisement

ନୂଆଦିଲ୍ଲୀ : କରୋନା ଭାଇରସର ଉତ୍ପତ୍ତିରେ ଚୀନର ରହିଛି ସବୁଠୁ ବଡ ହାତ । ଏଥିପାଇଁ ଡ୍ରାଗନ ଲଗାତାର ଉହାନ ଲ୍ୟାବ୍ ଲିକକୁ ଲୁଚାଇବାରେ ଲାଗି ପଡିଛି । ବ୍ରିଟେନ ସାଂସଦଙ୍କୁ ମିଳିଛି ଏହି ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା। ହାଉସ ଅଫ କମନ୍ସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କମିଟି ସାମ୍ନାରେ ତଥ୍ୟ ରଖିଥିବା ହାଭାର୍ଡର ବୈଜ୍ଞାନିକ ଅଲିନା ଚାନ କହିଛନ୍ତି, କୋଭିଡ୍-୧୯ ଆନୁବଂଶିକ ଭାବେ ଚୀନରେ ତିଆରି କରାଯାଇଥିଲା । ସେ ଏହା ମଧ୍ୟ କହିଛନ୍ତି, ଚୀନ ସରକାର ଦୁଇ ବର୍ଷ ପୂର୍ବେ ଉହାନରେ ମହାମାରୀର ପ୍ରକୃତ ସ୍ୱରୂପକୁ ନେଇ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା । ତେବେ ଲ୍ୟାବ୍ ଲିକ୍ ମାମଲାକୁ ପ୍ରମାଣିତ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚଳାଇଥିବା ପ୍ରୟାସ ଉପରେ ଚୀନ ବାଧା ଦେଇ ଆସୁଛି ବୋଲି ଚାନ କହିଛନ୍ତି ।

ମହାମାରୀର ଉପତ୍ତି ପଛରେ ପ୍ରୟୋଗଶାଳାରୁ ନିର୍ଗତ ଭାଇରସ୍ ବୋଲି କୁହାଯାଉଛି । ବିଶେଷ କରି ଉହାନର ସିଫୁଡ ମାର୍କେଟରେ କରୋନା ପ୍ରଥମେ ଚିହ୍ନଟ ହୋଇଥିଲା ବୋଲି ଦାବି କରାଯାଉଛି । ଏଠାରୁ ହିଁ କରୋନା ମଣିଷଠୁ ମଣିଷକୁ ବ୍ୟାପିଥିଲା । କିନ୍ତୁ ଏହି ବଜାରରେ ପଶୁଙ୍କଠୁ ଭାଇରସ୍ ପ୍ରାକୃତିକ ଭାବେ ଉତ୍ପତ୍ତି ହେବାର କୌଣସି ପ୍ରମାଣ ମଧ୍ୟ ନାହିଁ । ତେଣୁ ଚୀନର ଉହାନ ଲ୍ୟାବରୁ ହିଁ କରୋନା ଭାଇରସ୍ ଲିକ୍ ହୋଇଥିବା ହାଭାର୍ଡର ବିଶେଷଜ୍ଞ ଦାବି କରିଛନ୍ତି । କିନ୍ତୁ ଚୀନ ରିତିମତ ଲ୍ୟାବରୁ ଲିକ୍ ମାମଲାକୁ ଚପେଇବାକୁ ଉଦ୍ୟମ କରିଥିବା ଅଭିଯୋଗ ଉଠି ଆସିଛି । ଚୀନର ଏମିତି ହୀନ ପ୍ରୟାସକୁ ବ୍ରିଟିଶ ଏବଂ ଆମେରିକାର ଗୁଇନ୍ଦା ଏଜେନ୍ସି ଉଜାଗର କରିବାକୁ ଚେଷ୍ଟା କରି ଆସିଛନ୍ତି । ଲ୍ୟାବରୁ ହିଁ ଭାଇରସ୍ ନିର୍ଗତ ହୋଇଥିବା ଦାବି କରିଛନ୍ତି ହାଭାର୍ଡର ବୈଜ୍ଞାନିକ ।

 

Get real time updates directly on you device, subscribe now.