fbpx

ପୁଣି ବଢ଼ିଲା ବିପଦ: ଚଳିତ ମାସରେ ଆସି ପାରେ ତୃତୀୟ ଲହର, ଅକ୍ଟୋବର ସୁଦ୍ଧା ଶୀର୍ଷ ଛୁଇଁବା ସମ୍ଭାବନା

ଆଇଆଇଟି କାନପୁର ଓ ହାଇଦ୍ରାବାଦର ଆକଳନ

କାନପୁର/ହାଇଦ୍ରାବାଦ୍‌, (ଭାସ୍କର ନ୍ୟୁଜ୍): ମହାମାରୀ କରେନାର ତୃତୀୟ ଲହରକୁ ନେଇ ସାରା ଦେଶରେ ଭୟର ବାତାବରଣ ଥିବା ବେଳେ ଆଇଆଇଟି କାନ୍‌ପୁର ଓ ହାଇଦ୍ରାବାଦ୍‌ର ବିଶେଷଜ୍ଞମାନେ ଆକଳନ କରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ଚଳିତ ମାସରେ ଆସିାରେ କରୋନାର ତୃତୀୟ ଲହର ବୋଲି ଏହି ବିଶେଷଜ୍ଞଙ୍କ ରିପୋର୍ଟରେ ଦର୍ଶାଯାଇଛି ।

ଦେଶରେ କରୋନାର ତୃତୀୟ ଲହର ଅବସମ୍ଭାବୀ ବୋଲି ବିଶେଷଜ୍ଞମାନେ ମତ ରଖୁଥିବା ବେଳେ, ଏହା କେବେ ଆସିବ ତାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇ ଆସୁଛି । ହେଲେ ଦେଶରେ ଦ୍ୱିତୀୟ ଲହରର ପ୍ରଭାବକୁ ନେଇ ସଠିକ୍‌ ଆକଳନ କରିଥିବା ଆଇଆଇଟି ଗାଣିତିକ ମଡେଲ, ତୃତୀୟ ଲହରକୁ ନେଇ ମଧ୍ୟ ଆକଳନ କରିଛି । ଆଇଆଇଟି କାନପୁର ଓ ହାଇଦ୍ରାବାଦର ଅକ୍ଟୋବର ସୁଦ୍ଧା ଶୀର୍ଷ ଛୁଇଁବା ସମ୍ଭାବନା ଏହି ଆକଳନ ବ୍ଲୁମବର୍ଗ ରିପୋର୍ଟରେ ପ୍ରକାଶ ପାଇଛି ।

ଏଥିରେ ଦର୍ଶାଯାଇଛି ଯେ ଚଳିତ ମାସରେ ଦେଶରେ ଆସିବ କରୋନାର ତୃତୀୟ ଲହର ଏବଂ ଅକ୍ଟୋବର ମାସ ବେଳକୁ ଏହା ଶୀର୍ଷ ଛୁଇଁବ । କିନ୍ତୁ ଦ୍ୱିତୀୟ ଲହର ତୁଳନାରେ ଏହାର ପ୍ରଭାବ କମ୍‌ ରହିବ ବୋଲି ଆକଳନ କରାଯାଇଛି । ତୃତୀୟ ଲହର ଶୀର୍ଷ ଛୁଇଁଲା ବେଳକୁ ୧ଲକ୍ଷ ଦୈନିକ ସଂକ୍ରମଣ ହୋଇପାରେ । ପରିସ୍ଥିତି ଅଧିକ ଜଟିଳ ହେଲେ ଦୈନିକ ସଂକ୍ରମଣ ଦେଢ ଲକ୍ଷ ଛୁଇଁ ।ରେ ବୋଲି ଗାଣିତିକ ମଡେଲ ଆଧାରରେ ଆକଳନ କରାଯାଇଥିବା ଦର୍ଶାଯାଇଛି ।

Get real time updates directly on you device, subscribe now.