fbpx

ଶାଶୂ ଘରେ ସ୍ତ୍ରୀ’କୁ ମାରି ଜ୍ୱାଇଁ ଛୁ, ହତ୍ୟା ମାମଲା ରୁଜୁ କଲା ପୋଲିସ

କଣିହାଁ(ଭାସ୍କର ନ୍ୟୁଜ୍‌): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଥାନା ତଥା ଜଳଭଣ୍ଡାର ପାଣି ଟାଙ୍କି ହଟିଂରେ  ଏକ ଅଭାବନୀୟ ଘଟଣା ଘଟିଛି । ଶ୍ୱଶୁର ଘରେ ଝିଅ ଜ୍ୱାଇଁ ରହୁଥିବାବେଳେ ଝିଅକୁ ହତ୍ୟା କରି ଜ୍ୱାଇଁ ଫେରାର୍‌ ହୋଇଯାଇଛି । ଏନେଇ ରେଙ୍ଗାଳି ଥାନାରେ ହତ୍ୟା ମାମଲା ରୁଜୁ ପରେ ପୁଲିସ ଅନୁସନ୍ଧାନ ଚଳାଇଛି ।

ଅଭିଯୋଗ ମୁତାବକ, କେନ୍ଦୁଝର ଚମ୍ପୁଆ ଥାନା ଦେଓଗାମ୍‌ ଗ୍ରାମର ୭୦ ବର୍ଷିୟା ବୃଦ୍ଧା ସୋମବାରୀ ହାଁସଦା ସ୍ୱାମୀ ସିଲାଇ ହାଁସଦାଙ୍କର ପ୍ରାୟ ୪ ମାସ ପୂର୍ବରୁ ମୃତ୍ୟୁ ଘଟିଥିଲା । ପରେ ରେଙ୍ଗାଲି ଡ୍ୟାମ ଟାଙ୍କି ହାଟିଂସ୍ଥିତି ନିଜର ଝାଟିମାଟି ଘରେ ଝିଅ, ଜ୍ୱାଇଁଙ୍କୁ ପାଖରେ ରଖିଥିଲେ । ଝିଅ ଜେମା ହାଁସଦା ଓ କେନ୍ଦୁଝର ଶୁଆକାଟି ଥାନା ଭରୁମୁଣ୍‌ତା ଗ୍ରାମର ଜ୍ୱାଇଁ ରଞ୍ଜନ ଭୂୟାଁଙ୍କ ମଧ୍ୟରେ ଘରୋଇ କଥାକୁ ନେଇ କଥା କଟାକଟି ହୋଇଥିଲା ଏବଂ ପରେ ଉଭୟଙ୍କ ମଧ୍ୟରେ ଝଗଡା ଉଗ୍ରରୂପ ନେଇଥିଲା । ବୃଦ୍ଧା ଶାଶୂ ସୋମବାରୀ ହାଁସଦା ଝିଅ, ଜ୍ୱାଇଁଙ୍କୁ ଛଡାଇବା ଉଦ୍ୟମ କରିଥିଲେ । କିନ୍ତୁ ଜ୍ୱାଇଁ ପୁଅ ତାଙ୍କୁ ଝଗଡାରେ ମୁଣ୍ଡ ନ ପୂରାଇବାକୁ ବାରଣ କରିବା ସହିତ ସୋମବାରୀଙ୍କୁ ଜୀବନରୁ ମାରିଦେବାକୁ ଜ୍ୱାଇଁ ଧମକ ଦେଇଥିଲେ । ସେଠାରୁ ବୃଦ୍ଧା ସୋମବାରୀ ଘରୁ ବାହାରି ଆସିଥିଲେ । ଝଗଡା ସରିବା ପରେ ଜ୍ୱାଇଁପୁଅ ବାହାରକୁ ଆସି ଫେରାର ହୋଇ ଯାଇଥିଲେ । ଘର ଭିତରକୁ ଯାଇ ଦେଖିଲା ବେଳକୁ ଝିଅର ମୃତ ଶରୀର ପଡ଼ିଥିବାର ଦେଖିଥିଲେ । ଏ ସଂକ୍ରାନ୍ତରେ ସୋମବାରୀ ହାଁସଦା ଝିଅକୁ ମାରି ଜ୍ୱାଇଁ ପୁଅ ଛୁ’ ମାରିବା ନେଇ ଥାନାରେ ଅଭିଯୋଗ କରିଥିଲେ । ରେଙ୍ଗାଲି ଥାନାରେ କେସ୍‌ ନଂ. ୧୨୪/ ୨୧ରେ ଏକ ମାମଲା ରୁଜୁ ପୋଲିସ ଘଟଣାର ଅନୁସନ୍ଧାନ ଚଳାଇଥିବା ଥାନା ଆଇଆଇସି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.