fbpx

ଏହି କମ୍ପାନୀ କର୍ମଚାରୀଙ୍କୁ ଦେବ ୨୬ ସପ୍ତାହର ପୈତୃକ ଛୁଟି, ଲିଙ୍ଗରେ ଫରକ୍ ନାହିଁ

ନୂଆଦିଲ୍ଲୀ: ମାଦକ ପାନୀୟ ନିର୍ମାଣ କରୁଥିବା କମ୍ପାନୀ DIAGEO India ସୋମବାର ଦିନ କହିଛି ଯେ, ସେ ନିଜର ଫ୍ୟାମିଲି ହଲିଡେ ପଲିସି ଅଧିନରେ ସ୍ତ୍ରୀ-ପୁରୁଷ ଉଭୟ ଲିଙ୍ଗର କର୍ମଚାରୀଙ୍କୁ ୨୬ ସପ୍ତାହର ପେରେଣ୍ଟଲ ଛୁଟି ପ୍ରଦାନ କରିବ । ଏଥିରେ ସବୁ ଲାଭ ଓ ବୋନସ୍ ମଧ୍ୟ ସାମିଲ ରହିବ ।

ତେବେ DIAGEO India ଏକ ବିବୃତ୍ତିରେ କହିଛି ଯେ, ୩୦ ଜୁଲାଇ ୨୦୨୧ ରୁ ଏହି ନୀତି ସମସ୍ତ ନୂତନ ପିତାମାତାଙ୍କ ପାଇଁ ଲାଗୁ ହୋଇଛି । ଶିଶୁର ଜନ୍ମ / ପୋଷ୍ୟ ଗ୍ରହଣର ୧୨ ମାସ ମଧ୍ୟରେ ଯେକୌଣସି ସମୟରେ ନୂତନ ପିତାଙ୍କ ଦ୍ୱାରା ଏହାର ଫାଇଦା ଉଠାଯାଇପାରିବ । ଫଳରେ ମା’ଙ୍କୁ ନିଜ କ୍ୟାରିୟର ତଥା ଅନ୍ୟାନ୍ୟ ପ୍ରାଥମିକତା ଉପରେ ଅଧିକ ଧ୍ୟାନ ଦେବାରେ ସାହାଯ୍ୟ କରିବ ।

Get real time updates directly on you device, subscribe now.