fbpx

ଦୁଇ ଦିନରେ ସରିବା ବାହାଘର, ଜାଣନ୍ତୁ ବିବାହକୁ ନେଇ କ’ଣ କହିଲେ ବଲିଉଡ ଅଭିନେତ୍ରୀ ଜାହ୍ନବୀ

ମୁମ୍ବାଇ (ଭାସ୍କର ନ୍ୟୁଜ୍): ଦୁଇ ଦିନରେ ସରିବ ଜାହ୍ନବୀଙ୍କ ବାହାଘର । ମହମବତୀ ଏବଂ ଜୁଇ ଫୁଲରେ ସଜେଇ ହେବ ମଣ୍ଡପ । ପିନ୍ଧିବେ କାଞ୍ଜିବରମ ପାଟ । ବିବାହର ସବୁ କିଛି ବୁଝାବୁଝି କରିବେ ଭଉଣୀ ଅଂଶୁଳ । ବେଚଲରେଟ୍‌ ପାର୍ଟିରେ ପିନ୍ଧିବେ କ୍ୟାପ୍ରି। ଆଉ ତିରୁପତିର ହେବ ବିବାହ । ଏକଥା ଆମେ କହୁନୁ ଖୋଦ୍‌ ଜାହ୍ନବୀ କପୁର କହିଛନ୍ତି । ଅଭିନେତ୍ରୀ ଜାହ୍ନବୀ କପୁର ନକଟରେ ଏକ ମାଗାଜିନ ଫଟୋ ସୁଟ୍‌ ସମୟରେ ନିଜ ଭବିଷ୍ୟତର ବାହାଘରକୁ ନେଇ ମୁହଁ ଖୋଲିଛନ୍ତି ।

ସେ କହିଥିଲେ, ସେ ସବୁଠାରୁ ସାଧାରଣ ଢ଼ଙ୍ଗରେ ବିବାହ କରିବାକୁ ଚାହାନ୍ତି । ଦୁଇ ଦିନ ଭିତରେ ନିଜ ବିବାହକୁ ସେ ସାରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ବେଚଲରେଟ୍‌ ପାର୍ଟରେ କ୍ୟାପ୍ରି ପିନ୍ଧିବେ । ଏଥିସହ ତିରୁପତିରେ ବିବାହ କରିବେ ବୋଲି ସେ କହିଛନ୍ତି। ଜାହ୍ନବୀ ଆହୁରି କହିଛନ୍ତି, ତାଙ୍କ ମେହେନ୍ଦି ଆଉ ସଙ୍ଗୀତ ସେରିମୋନୀ ମା’ ଶ୍ରୀଦେବୀଙ୍କ ପୌତୃକ ଘର ମାଇଲାପୋରାରେ ହେବ । ଗୋଲ୍ଡ ଏବଂ ଆଇଭରୀ ଥିମର କାଞ୍ଜିବରମ ଶାଢ଼ୀ ପିନ୍ଧି ସେ ବିବାହ ବେଦୀରେ ବସିବେ । ମଣ୍ଡପର ସାଜସଜା ଠାରୁ ଆରମ୍ଭ କରି ବାହାଘର ସବୁ କିଛି ତାଙ୍କ ଭଉଣୀ ଅଂଶୁଳ ବୁଝିବେ । ବିବାହ ବେଳେ ବାପା ବୋନି କପୁର ବେଶ୍‌ ଇମୋସନାଲ ହୋଇପାରନ୍ତି । ଭାବି ସ୍ୱାମୀ କିଭଳି ହେବା ଦରକାର ତାକୁ ନେଇ ମଧ୍ୟ ଜାହ୍ନବୀ ମୁହଁ ଖୋଲିଛନ୍ତି ।ଜଣେ ବୁଦ୍ଧିମାନ ବ୍ୟକ୍ତିଙ୍କୁ ସେ ବିବାହ କରିବେ, କିନ୍ତୁ ଏଭଳି ମଣିଷ ତାଙ୍କୁ ଏଯାଏଁ ମିଳିନାହାନ୍ତି ବୋଲି ଜାହ୍ନବୀ କହିଛନ୍ତି ।

ସୂଚନା ମୁତାବକ, ନିକଟରେ ଜାହ୍ନବୀ ତାଙ୍କ ଅପ୍‌କମିଂ ଫିଲ୍ମ ‘ଗୁଡ୍‌ଲକ୍‌ ଜେରୀ’ର ସୁଟିଂ ପୂରା କରିଛନ୍ତି । ଏହା ବ୍ୟତୀତ ସେ ଫିଲ୍ମ ‘ଦୋସ୍ତାନା-୨’ରେ ମଧ୍ୟ ନଜର ଆସିବେ । ସେ ବାପା ବୋନି କପୁରଙ୍କ ସହ ମଧ୍ୟ ଏକ ଫିଲ୍ମ କରୁଛନ୍ତି । ଏହା ମାଲୟାଲମ ଫିଲ୍ମ ‘ହେଲେନ୍‌’ର ରିମେକ୍‌, ଯେଉଁଥିରେ ଜାହ୍ନବୀ ଲିଡ୍‌ ରୋଲରେ ନଜର ଆସିବେ ।

Get real time updates directly on you device, subscribe now.