fbpx

ରାଷ୍ଟ୍ରପତି ଭବନରେ ପହଞ୍ଚିଲା କରୋନା ଭୟ, ମେଡିକାଲ ଚେକଅପ୍ କରାଇବେ ରାମନାଥ କୋବିନ୍ଦ

ନୂଆଦିଲ୍ଲୀ,୨୦ ।୩: ଦେଶରେ କରୋନା ଭାଇରସ୍ ଦିନକୁ ଦିନ ବଢିଚାଲିଛି । ଏହାରି ମଧ୍ୟରେ କରୋନା ଭାଇରସର ଭୟ ରାଷ୍ଟ୍ରପତି ଭବନରେ ପହଞ୍ଚିଛି । ସୂଚନା ମୁତାବକ, ଖୁବଶୀଘ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମେଡିକାଲ ଯାଞ୍ଚ ହେବ ।

ସାଂସଦ ଦୁଷ୍ୟନ୍ତ ସିଂଙ୍କୁ ଭେଟିବା ପରେ ଏବେ ରାଷ୍ଟ୍ରପତି ଭବନରେ ଥିବା ସୂତ୍ର ଅନୁସାରେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ମେଡିକାଲ ଯାଞ୍ଚ କରିବେ । ଏହା ସହ ରାଷ୍ଟ୍ରପତି ତାଙ୍କର ସମସ୍ତ ନିୟମିତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ରାଷ୍ଟ୍ରପତି ଭବନରେ କୋବିନ୍ଦ ଭୋଜନ କରିଥିଲେ, ଯେଉଁଥିରେ ଦୁଷ୍ୟନ୍ତ ସାମିଲ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, କରୋନା ସଂକ୍ରମିତ ହୋଇଥିବା ‘ବେବି ଡଲ୍’ ଗୀତର ପ୍ରସିଦ୍ଧ ଗାୟିକା କନିକା କପୂରଙ୍କ ଏକ ପାର୍ଟିରେ ବିଜେପିର ଦୁଷ୍ୟନ୍ତ ଯୋଗ ଦେଇଥିଲେ । ଏହା ପରେ ଦୁଷ୍ୟନ୍ତ ସିଂ ନିଜକୁ ଆଇସୋଲେସନରେ ରଖିଛନ୍ତି । ଏହା ସହ ଦୁଷ୍ୟନ୍ତଙ୍କ ମାଆ ଓ ବିଜେପି ନେତା ଭାସୁନ୍ଦର ରାଜେ ମଧ୍ୟ ନିଜକୁ ଆଇସୋଲେସନରେ ରଖିଛନ୍ତି । ତେବେ କନିକାଙ୍କ ପାର୍ଟିରେ ଯୋଗ ଦେବାର ୩ ଦିନ ପରେ ଦୁଷ୍ୟନ୍ତ ୧୮ ମାର୍ଚ୍ଚକୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହେରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.