fbpx

ଆସନ୍ତାକାଲିଠାରୁ ରାଜଧାନୀରେ ଅଡ଼୍-ଇଭିନ ଫର୍ମୁଲା

ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ରାଜଧାନୀ ଭୁବନେଶ୍ୱରରେ ଲାଗୁ ହେବ ଅଡ଼ ଇଭିନ ଫର୍ମୁଲା । ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ପାଇଁ ଏହି ନିୟମ ଲାଗୁ ହେବ । ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବର ଗାଡ଼ି ଗଡ଼ିବ । ଉଦାହରଣ ସ୍ୱରୁପ ଯେମିତିକି ୨୧ତାରିଖରେ ଅଯୁଗ୍ମ ନମ୍ବର ଥିବା ଗାଡ଼ି ଗଡ଼ିବ । ସେହିପରି ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବର ଗାଡ଼ି ଗଡ଼ିବ । ଉଦାହରଣ ୨୨ତାରିଖରେ ଯୁଗ୍ମ ନମ୍ବର ଥିବା ଗାଡ଼ି ଗଡ଼ିବ । ଘରୋଇ ଗାଡ଼ି ପାଇଁ ଏହି ନିୟମ ଲାଗୁ ହେବ ନାହିଁ ବୋଲି ସୂଚନା ମିଳିଛି । ସରକାରୀ ତଥା ଜରୁରୀକାଳୀନ ଗାଡ଼ି, ହସ୍ପିଟାଲ କିମ୍ବା ଡାକ୍ତରଙ୍କ ପରିବହନରେ ନିୟୋଜିତ ଗାଡ଼ି ଏହି ନିୟମରୁ ବାଦ ପଡ଼ିବ । ପୂର୍ବରୁ ଏହି ଫର୍ମୁଲା ବାୟୁ ପ୍ରଦୂଷଣ ରୋକିବା ନେଇ ଦିଲ୍ଲୀରେ ଲାଗୁ ହୋଇଥିଲା ବର୍ତ୍ତମାନ କରୋନା ଭାଇରସ ପାଇଁ ରାଜଧାନୀ ଭୁବନେଶ୍ୱରରେ ଏହି ଫର୍ମୁଲା ଲାଗୁ ହେବ ।

Get real time updates directly on you device, subscribe now.