fbpx
BSKY
BJD MC SKY
BJD MS SKY

କରୋନା ବୈଠକ: ମୋଦିଙ୍କ ନିକଟରେ ନବୀନଙ୍କ ପ୍ରସ୍ତାବ

ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): ଆଜି କରୋନା ନେଇ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଭିଡ଼ିିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ରଖିଛନ୍ତି । ସେଥିରେ ପରୀକ୍ଷଣ କେନ୍ଦ୍ର ସଂଖ୍ୟାକୁ ଖୁବଶୀଘ୍ର ବଢ଼ାଇବା ଉପରେ ଜୋର ଧରିଛି । ସରକାରୀ ଓ ବେସରକାରୀ ସ୍ତରରେ ଟେଷ୍ଟ ମାଗଣାରେ କରାଯାଉ । ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ପାଇଁ ମାସ୍କ ଓ ଅନ୍ୟ ଉପକରଣ ମହଜୁଦ ରହୁ ବୋଲି ପ୍ରସ୍ତାବ ରହିଛି । ରେ ୫୦ ଦିନର ପାରିଶ୍ରମିକ ଦିଆଯାଉ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରାଯାଉ । ଚାଷୀଙ୍କୁ ପିଏମ କିଷାନରେ ଅତିରିକ୍ତ କିସ୍ତି ଦିଆଯାଉ । ଏହାସହ ନିର୍ମାଣ ଶ୍ରମିକ ଓ ଅନ୍ୟ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଉ । ରାଜ୍ୟକୁ ଅଗ୍ରୀମ ଆକାରରେ ଅନୁଦାନ ଦିଆଯାଉ ।
ଏହାସହ କେନ୍ଦ୍ରର କିଛି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ତର୍ଜାତୀୟ ଗମନାଗମନ ଉପରେ ରୋକ ଲାଗିବା ଓଏସଡ଼ିଆରଏଫକୁ ପ୍ରସ୍ତୁତ ରଖିବା ପ୍ରଶଂସନୀୟ । ଇରାନ ଓ ପ୍ରଭାବିତ ଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବା ସ୍ୱାଗତଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.