fbpx

କରୋନା ଯୁଦ୍ଧ: ୨୨ ମାର୍ଚ୍ଚରେ ଜନତା କର୍ଫ୍ୟୁ ସହ ଟ୍ରେନ୍ ବନ୍ଦୀ, ଚାଲିବ ନାହିଁ ୩୭୦୦ ଟ୍ରେନ୍

ନୂଆଦିଲ୍ଲୀ,୨୦ ।୩: ଦେଶରେ କରୋନା ଭାଇରସକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଗୁରୁବାର ଦିନ ଦେଶକୁ ସମ୍ବୋଧିତ କରିବା ସହ ୨୨ ମାର୍ଚ୍ଚରେ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି । ରବିବାର ସକାଳ ୭ଟାରୁ ୯ଟା ଯାଏଁ ଜନତା କର୍ଫ୍ୟୁ ପାଳନ କରାଯିବ । ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ଶନିବାର ମଧ୍ୟରାତିରୁ ରବିବାର ରାତି ମଧ୍ୟରେ କୌଣସି ଷ୍ଟେସନରୁ କୌଣସି ଯାତ୍ରୀବାହୀ ଟ୍ରେନ୍ ଯାତ୍ରା କରିବ ନାହିଁ । ଭାରତୀୟ ରେଳ ବିଭାଗ ୨୨ ମାର୍ଚ୍ଚକୁ ସମଗ୍ର ଦେଶରେ ଟ୍ରେନବନ୍ଦୀର ଘୋଷଣା କରିଛନ୍ତି । ମେଲ ଓ ଏକ୍ସପ୍ରେସ ଟ୍ରେନ୍ ବନ୍ଦ ହୋଇଯିବ ବୋଲି ସୂତ୍ରରୁ ପ୍ରକାଶ ପାଇଛି ।

କରୋନା ଭାଇରସ କାରଣରୁ ଅଣ-ଅତ୍ୟାବଶ୍ୟକ ଯାତ୍ରାକୁ ବନ୍ଦ କରିବା ଉଦ୍ଦେଶ୍ୟରେ ବର୍ତ୍ତମାନ ସୁଦ୍ଧା ୨୪୫ଟି ଟ୍ରେନକୁ ବାତିଲ କରିଛି ରେଳ ବିଭାଗ । ତେବେ ବର୍ତ୍ତମାନ ଦେଶରେ ୨୪୦୦ଟି ଯାତ୍ରୀବାହୀ ଟ୍ରେନ୍ ଓ ୧୩୦୦ଟି ମେଲ ଓ ଏକ୍ସେପ୍ରେସ ଟ୍ରେନ୍ ଚାଲୁଛି । ରବିବାରକୁ ୩୭୦୦ ଟ୍ରେନ୍ ଚଳାଚଳ ନହେବା ଯୋଗୁଁ ପୂର୍ବରୁ ହୋଇଥିବା ବୁକିଂ ବାତିଲ କରାଯାଇଛି । ଏହାର ଅର୍ଥ ଯାତ୍ରୀମାନଙ୍କୁ ଫେରସ୍ତ କରାଯିବ ।

Get real time updates directly on you device, subscribe now.