fbpx

ଆଜିଠାରୁ ଅଡ-ଇଭିନ୍ ଫର୍ମୁଲା ଲାଗୁ

ଭୁବନେଶ୍ୱର,୨୧ ।୩(ଓଡିଶା ଭାସ୍କର): ଆଜିଠାରୁ କଟକ-ଭୁବନେଶ୍ୱରରେ ଅଡ-ଇଭିନ୍ ଫର୍ମୁଲା ଲାଗୁ ହୋଇଛି । ଏହା ସହ ଝାରସୁଗୁଡାରେ ମଧ୍ୟ ଏହି ଫର୍ମୁଲା ଲାଗୁ ହୋଇଥିବା ଜଣାପଡିଛି । ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥାରେ ଅଡ ଇଭିନ୍ ଲାଗୁ ହୋଇଛି । ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବର ଓ ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବର ଥିବା ଗାଡି ରାସ୍ତାରେ ଚାଲିବ ।

ତେବେ ସରକାରୀ ଓ ଜରୁରୀକାଳୀନ ଗାଡି ଏହି ନିୟମରୁ ବାଦ୍ ପଡିବେ । ଘରୋଇ ଗାଡି ପାଇଁ ଏହି ନିୟମ ଲାଗୁ ହେବ । କେବଳ ଯାତ୍ରୀ ପରିବହନ କରୁଥିବା ଗାଡି ପାଇଁ ଏାଗୁ ହେବ ଏହି ନିୟମ । ଅନ୍ୟପଟେ ଏହି ନିୟମ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । କରୋନା ଭାଇରସ ପାଇଁ ଓଡିଶାରେ ଏହି ଫର୍ମୁଲା ଲାଗୁ ହୋଇଛି ।

Get real time updates directly on you device, subscribe now.