fbpx

କରୋନା ମୃତ୍ୟୁରେ ଚୀନକୁ ଟପିଲା ଇଟାଲି, ଗୋଟିଏ ଦିନରେ ୬୨୭ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୨୧ ।୩: କରୋନା ଭାଇରସ୍ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି । ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧୧,୩୯୭କୁ ପହଞ୍ଚିଛି । ଅନ୍ୟପଟେ କରୋନା ମୃତ୍ୟୁରେ ଚୀନକୁ ଟପିଛି ଇଟାଲି । ଗୋଟିଏ ଦିନରେ ଇଟାଲିରେ ୬୨୭ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଇଟାଲିରେ ୪,୦୩୨, ଚୀନରେ ୩,୨୫. ଇରାନରେ ୧,୪୩୩, ସ୍ପେନରେ ୧୦୯୩, ଫ୍ରାନ୍ସରେ ୪୫୦ ଓ ୟୁଏସଏରେ ୨୬୨ଜଣଙ୍କର ମୃତ୍ୟୁ ହୋଇଛି ।

ସେହିଭଳି ୟୁକେରେ ୧୭୭, ନେଦରଲ୍ୟାଣ୍ଡରେ ୧୦୬, ବେଲଜିୟମରେ ୩୭, ଇଣ୍ଡୋନେସିଆରେ ୩୨, ଜାପାନରେ ୩୩, ଭାରତରେ ୫ ଓ ପାକିସ୍ତାନରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି ।
ତେବେ ଭାରତର ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଯାଇଛି । ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.