fbpx

ଚୀନର ଯେଉଁ ସହରରୁ ଆରମ୍ଭ ହୋଇଥିଲା ‘କରୋନା’, ଦେଖନ୍ତୁ ବର୍ତ୍ତମାନର ପରିସ୍ଥିତି

ଉହାନ,୭ ।୨: ଚୀନର ଉହାନ ସହର ଏବେ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇସାରିଛି । ଏହି ସହରରେ ପ୍ରଥମେ କରୋନା ଭାଇରସ୍ ଆରମ୍ଭ ହୋଇଥିଲା, ଯାହା ଲୋକଙ୍କ ପାଇଁ ଘାତକ ସାଜିଛି । ଏହି ବିଷାକ୍ତ କରୋନା ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୬୩୬କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରୀ ବଢିବାରେ ଲାଗିଛି । ତେବେ ଆସନ୍ତୁ ଦେଖିବାକୁ ଉହାନରେ ଏବେ କିପରି ଅଛି ଅବସ୍ଥା..

ତେବେ ଗତ ଗୁରୁବାର ଦିନ କରୋନା ଭୂତାଣୁରେ ୭୩ ଲୋକଙ୍କ ମୃତ୍ୟୁ ଘଟିଥିଲା ।

କରୋନା ପ୍ରଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାରରୁ ଅଧିକ ହୋଇଛି । ଗତ ଗୁରୁବାର ଦିନ ଉହାନରେ ୧୫୦୦ରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

କରୋନା ପ୍ରଭାବରେ ଉହାନ ସହରରେ ଗୁମସୁମ୍ ହୋଇପଡିଛି । କୋଳାହଳ ପୂର୍ଣ୍ଣ ସହର ଏବେ ଶାନ୍ତ ପଡିଯାଇଛି । ରାସ୍ତା ଗୁଡିକ ଖାଁ ଖାଁ ହୋଇପଡିଥିବା ବେଳେ ବହୁତ ଲୋକେ କମ୍ ଦେଖାଯାଉଛନ୍ତି ।

କରୋନା ପାଇଁ ଚୀନ୍ ସରକାର ବହୁ ପ୍ରତିବନ୍ଧକ ଲଗାଇଛନ୍ତି । ଯେପରିକି ଘରୁ ବାହାରିବା ବେଳେ ମାକ୍ସ ପିନ୍ଧିବା, ଘର ବାହାରେ ସାଙ୍ଗ ଭୋଇ ଭୋଜନ ନ କରିବା ଇତ୍ୟାଦି । ଏହା ସହ ବଡ ବଡ ବିଲ୍ଡିଂ ମାନଙ୍କରେ ଲିପ୍ଟ ବ୍ୟବସ୍ଥାକୁ ମଧ୍ୟ ସରକାର ମନା କରିଛନ୍ତି ।

 

ଉହାନରେ କମ୍ ସମୟରେ ସରକାର ଦୁଇଟି ବଡ ବଡ ମେଡିକାଲ ପ୍ରସ୍ତୁତ କରିଥିଲେ ମଧ୍ୟ ରୋଗୀଙ୍କ ପାଇଁ ବେଡ୍ ଓ ମେଡିକାଲ ସାମଗ୍ରୀ ମିଳୁନି ।

ଏନେଇ ଉହାନ ସହରର ଲୋକେ ଅନ୍ୟ ସ୍ଥାନକୁ ପଳାଉଛନ୍ତି । ବହୁଳ ସଂଖ୍ୟାରେ ଲୋକେ ନିଜ ଘରଦ୍ୱାର ଛାଡି ପଳାଇ ସାରିଲେଣି ।

Get real time updates directly on you device, subscribe now.