fbpx

ନୂଆ ଡ଼େଥ୍ ୱାରେଣ୍ଟ ଜାରି କରିବାକୁ ମନା କଲେ କୋର୍ଟ

ନୂଆଦିଲ୍ଲୀ, ୭ା୨: ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଗତକାଲି ଦିଲ୍ଲୀ ପଟିଆଲା କୋର୍ଟ ଯାଇଥିଲେ ତିହାର ଜେଲ କର୍ତ୍ତୃପକ୍ଷ । ପୁଣି ଥରେ ଡ଼େଥ ୱାରେଣ୍ଟ ଜାରି ପାଇଁ  ଏବଂ ଫାଶୀ ତାରିଖ ଧାର୍ଯ୍ୟ କରିବା ପାଇଁ ଜେଲ କର୍ତ୍ତୃପକ୍ଷ କୋର୍ଟରେ ଆବେଦନ କରିଥିଲେ ।  କିନ୍ତୁ ଆଜି ନୂଆ ଡ଼େଥ ୱାରେଣ୍ଟ ଜାରି କରିବାକୁ ମନା କରିଛନ୍ତି କୋର୍ଟ । ୪ଦୋଷୀଙ୍କୁ ନ୍ୟାୟିକ ଆବେଦନ ପାଇଁ ସପ୍ତାହେ ଦେଇଛନ୍ତି ହାଇକୋର୍ଟ ।

ଗତ ଫେବୃଆରୀ ୧ରେ ନିର୍ଭୟା ମାମଲାରେ ସମ୍ପୃକ୍ତ ୪ଦୋଷୀଙ୍କୁ ଫାଶୀ ହୋଇଥାନ୍ତା । କିନ୍ତୁ ଦୋଷୀ ବିନୟ ରାଜକ୍ଷମା ଆବେଦନ କରିଥିବାରୁ ଏବଂ ରାଜକ୍ଷମା ଆବେଦନ ବିଚାରଧୀନ ଥିବାରୁ ଡ଼େଥ ୱାରେଣ୍ଟ ଉପରେ ରୋକ୍ ଲଗାଇଥିଲେ ପଟିଆଲା ହାଉସକୋର୍ଟ ।

Get real time updates directly on you device, subscribe now.