fbpx

ଭାରତ ସମେତ ବିଶ୍ୱରୁ କେବେ ଶେଷ ହେବ କରୋନା? ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ବିଶ୍ୱରେ ଅନେକ ଦେଶରେ କରୋନା ଭାଇରସ୍ ବହୁ ତୀବ୍ର ଭାବେ ମାଡିଚାଲିଛି । ଏଥିରେ ୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ଏନେଇ ସଂକ୍ରମିତ ଦେଶଗୁଡିକରେ ଲକ୍-ଡାଉନ୍ ଜାରି ରହିଛି । ଏହାକୁ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି କି, କେବେ ଏହି କରୋନା ଭାଇରସ୍ ଶେଷ ହେବ ? ଏହାରି ମଧ୍ୟରେ ସିଙ୍ଗାପୁର ୟୁନିଭର୍ସିଟି ଅଫ୍ ଟେକନୋଲୋଜି ଆଣ୍ଡ ଡିଜାଇନର ବିଶେଷଜ୍ଞମାନେ ଦାବି କରି କହିଛନ୍ତି ଯେ, ସାରା ବିଶ୍ୱରୁ ଡିସେମ୍ବର ୯ ସୁଦ୍ଧା କରୋନା ଭାଇରସ୍ ଶେଷ ହୋଇଯିବ । ସେହିପରି ଭାରତ ବିଷୟରେ ଅନୁମାନ କରି ସେମାନେ କହିଛନ୍ତି ଭାରତରେ ୨୬ ଜୁଲାଇ ସୁଦ୍ଧା କରୋନା ସମ୍ପୂର୍ଣ୍ଣ ଶେଷ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଅଧ୍ୟୟନରେ କୁହାଯାଇଛି ଯେ, ଆମେରିକାରେ ୨୭ ଅଗଷ୍ଟ, ସ୍ପେନରେ ୭ ଅଗଷ୍ଟ, ଇଟାଲୀରେ ୨୫ ଅଗଷ୍ଟ ସୁଦ୍ଧା କରୋନା ଶେଷ ହୋଇଯିବ ।

Get real time updates directly on you device, subscribe now.