fbpx

ପ୍ରେମିକାକୁ ହତ୍ୟା କରି ଗୋଡ ଫ୍ରାଏ କରି ଖାଇବାକୁ ଯାଉଥିଲା ପ୍ରେମିକ !

ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର):ପ୍ରେମିକାକୁ ହତ୍ୟା କଲା ପ୍ରେମିକ । ହତ୍ୟା କରିବା ପରେ ତା ମୃତଦେହକୁ କାଟି ଖଣ୍ଡ ଖଣ୍ଡ କଲା । ପରେ ହାତ ଗୋଡ ସାଇତି ରଖି ବାକି ଦେହକୁ ଘରଠୁ କିଛି ଦୂରରେ ଥିବା ଏକ ବୁଦା ଭିତରେ ଲୁଚାଇରଖିଥିଲା । ଲୋକେ ଦେଖି ପୁଲିସକୁ ଖବର କଲେ । ପୁଲିସ ଅନୁସନ୍ଧାନ କରି ହତ୍ୟାକାରୀ ପ୍ରେମିକ ଘରେ ପଂହଚି ଯାହା ଦେଖିଲା ଆଖିକୁ ବିଶ୍ୱାସ କରିପାରିଲାନି । ପୋଲିସ ପଂହଚିବା ବେଳକୁ ପ୍ରେମିକ ଜଣକ ପ୍ରେମିକାର କଟା ଗୋଡକ ଖାଇବାକୁ କଡେଇରେ ଫ୍ରାଏ କରୁଥିଲା । ପ୍ରକୃତରେ ୟୁକ୍ରେନର ୪୧ ବର୍ଷୀୟ ଆଲେକଜାଣ୍ଡର ନିଜ ୫୧ ବର୍ଷୀୟ ପ୍ରେମିକା ସହ ମଦ ପିଉଥିଲା । ଏତିକି ବେଳେ ହଠାତ ମନକୁ କଣ ହେଲା କେଜାଣି ରୋଷେଇଘରୁ ଛୁରୀ ଆଣି ପ୍ରେମିକାର ବେକ କାଟିଦେଲା । ପ୍ରେମିକା ମରିଯିବା ପରେ ତାର ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଘରଠୁ ଅଧକିଲୋମିଟର ଦୂରରେ ପୋତି ଦେଇଥିଲା । ଘରେ ରଖିଥିବା କଟା ଗୋଡ ଓ ହାତକୁ ରୋଷେଇ କରି ଟେଷ୍ଟ କରିବାକୁ ଚାହଁଥିଲା । ଏଭଳି ଜଘନ୍ୟ କାଣ୍ଡ ପାଇଁ ଆଲେକଜାଣ୍ଡର ଏବେ ପୋଲିସ ହେପାଜତରେ ।

Get real time updates directly on you device, subscribe now.