fbpx

ସାବଧାନ୍, ଆହୁରି ୨ ମାସ ବଢ଼ିବ କରୋନା ସଂକ୍ରମଣ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ହୁ ହୁ ହୋଇ ମାଡ଼ିବାରେ ଲାଗିଛି । କରୋନା ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ଓ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଆହୁରି ୨ ମାସ ସଂକ୍ରମଣ ବଢ଼ିବ ବୋଲି ସେ କହିଛନ୍ତି ।

ତାଙ୍କ କହିବା ମୁତାବକ, ‘ରାଜ୍ୟରେ ଆହୁରି ୨ ମାସ ସଂକ୍ରମଣ ବଢ଼ିବା ଅବସ୍ଥାରେ ରହିବ । ରାଜ୍ୟର ୪ରୁ ୫ଟି ଜିଲ୍ଲାରେ ଟିପିଆର ଅଧିକ ରହିଛି । ଆଗକୁ ରୋଗୀ ସଂଖ୍ୟା ଦେଖି ବେଡ଼୍ ସଂଖ୍ୟା ବୃଦ୍ଧି କରାଯିବ । ଅନ୍ୟ ଦେଶରେ ବି ସଂକ୍ରମଣ ବଢ଼ୁଛି, ଆକ୍ରାନ୍ତଙ୍କ ସାମାନ୍ୟ ଲକ୍ଷଣ ରହୁଛି । ତେବେ ମୃତ୍ୟୁ, ହସ୍ପିଟାଲାଇଜେସନ, ଆଇସିୟୁର ଆବଶ୍ୟକତା ବି କମ୍ ରହୁଛି ।’

Get real time updates directly on you device, subscribe now.