fbpx

ଆସନ୍ତା ଫେବୃଆରୀ IPL ଲଢ଼େଇ: ଜାଣନ୍ତୁ ୧୦ଟି ଟିମର ଖେଳାଳି ଓ ରେଟ୍ ଲିଷ୍ଟ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୫ତମ ସଂସ୍କରଣରେ ମୋଟ ୧୦ଟି ଟିମ୍ ଖେଳିବେ । ଚଳିତ ଥର ଅହମ୍ମଦାବାଦ ଓ ଲକ୍ଷ୍ନୌକୁ ସାମିଲ କରାଯାଇଥିବା ବେଳେ ଏଥର ଆଇପିଏଲ ହାଟରେ ୯ ଶହ କୋଟି ଲାଗିବ । ବଡ଼ ବଡ଼ ଖେଳାଳିଙ୍କୁ ନେବା ପାଇଁ ବିଭିନ୍ନ ଦଳମାନେ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ତେବେ ପୂର୍ବରୁ ୩୩ ଜଣ ଖେଳାଳିଙ୍କୁ ବିଭିନ୍ନ ଟିମ୍ ନିଜ ପାଖରେ ରଖିସାରିଛନ୍ତି । ଆସନ୍ତା ଫେବୃଆରୀରେ ଆଇପିଏଲର ନିଲାମ ହେବାକୁ ଯାଉଥିବା ବେଳେ ଚଳିତ ଥର ଫ୍ରାଞ୍ଚାଇଜମାନେ ନିଜ ଦଳରେ ୧୮ରୁ ୨୫ ଜଣ ଖେଳାଳି ରଖଇପାରିବେ ଓ ବିସିସିଆଇ ଏଥର ଖେଳାଳି କିଣିବାର ପୁଞ୍ଜିକୁ ୯୦ କୋଟିକୁ ବୃଦ୍ଧି କରିଛି । ଆସନ୍ତୁ ନଜର ପକାଇବା କେଉଁ ଟିମ୍ କେଉଁ ଖେଳାଳିଙ୍କୁ କେତେ ରେଟରେ ରଖିଛନ୍ତି ।

୧- ଅହମ୍ମଦାବାଦ (ରେନେଗେଡସ୍): ଏହି ଦଳ ଶ୍ରେୟସ ଆୟର ଆୟରଙ୍କୁ ୧୬ କୋଟି, ଡେଭିଡ ୱାର୍ଣ୍ଣରଙ୍କୁ୧୪ କୋଟି ଓ ୟୁଜବେନ୍ଦ୍ର ଚହଲଙ୍କୁ ୧୨ କୋଟିରେ ରଖିଛି । ୩ ଖେଳାଳିଙ୍କ ପାଇଁ ଦଳ ୪୨ କୋଟି ବିନିଯୋଗ କରିଥିବା ବେଳେ ଦଳ ପାଖରେ ଆଉ ୪୮ କୋଟି ଟଙ୍କା ରହିଛି ।

୨- ଚେନ୍ନାଇ ସୁପର କିଙ୍ଗସ: ଏହି ଟିମ୍ ରବିନ୍ଦ୍ର ଜାଡେଜାଙ୍କୁ ୧୬ କୋଟି, ମହେନ୍ଦ୍ର ସିଂହ ଧୋନୀଙ୍କୁ ୧୨ କୋଟି, ମୋଇନ ଅଲୀଙ୍କୁ ୮ କୋଟି ଓ ଋତୁରାଜ ଗାଏକୱାର୍ଡଙ୍କୁ ୬ କୋଟିରେ ରଖିଛି । ଦଳ ମୋଟ ୪୨ କୋଟି ବିନିଯୋଗ କରିଥିବା ବେଳେ ଆଉ ୪୮ କୋଟି ବଳକା ରହିଛି ।

୩- ଦିଲ୍ଲୀ କ୍ୟାପିଟାଲ୍ସ: ଏହି ଦଳ ରିଷଭ ପନ୍ତଙ୍କୁ ୧୬ କୋଟି, ଅକ୍ଷର ପଟେଲଙ୍କୁ ୯ କୋଟି, ପୃଥ୍ୱୀ ଶ’ଙ୍କୁ ୭.୫ କୋଟି, ଅନରିଜ ନର୍ଜଙ୍କୁ ୬.୫ କୋଟିରେ ରଖିଛି । ଦଳ ମୋଟ ୩୯ କୋଟି ବିନିଯୋଗ କରିଥିବା ବେଳେ ଆଉ ୪୭.୫ କୋଟି ବଳକା ରହିଛି ।

୪- କୋଲକତା ନାଇଟ୍ ରାଇଡର୍ସ: ଏହି ଦଳ ଆନ୍ଦ୍ରେ ରସେଲଙ୍କୁ ୧୨ କୋଟି, ବରୁଣ ଚକ୍ରବର୍ତ୍ତୀଙ୍କୁ ୮ କୋଟି, ଭେଙ୍କଟେଶ ଆୟରଙ୍କୁ ୮ କୋଟି ଓ ସୁନୀଲ ନାରାୟଣଙ୍କୁ ୬ କୋଟିରେ ରଖିଛି । ଦଳ ମୂଳ ପୁଞ୍ଜିରୁ ୪୨ କୋଟି ବିନିଯୋଗ କରିସାରିଥିବା ବେଳେ ଆଉ ବଳକା ୪୮ କୋଟି ରହିଛି ।

୫- ଲକ୍ଷ୍ନୌ (ନୱାବ): ଏହି ଦଳ ଲୋକେଶ ରାହୁଲଙ୍କୁ ୧୭ କୋଟି, ରସିଦ ଖାନଙ୍କୁ ୧୫ କୋଟି ଓ ଇଶାନ କିଷନଙ୍କୁ ୧୨ କୋଟିରେ ରଖିଛି । ଦଳ ୫୦ କୋଟି ବିନିଯୋଗ କରିସାରିଥିବା ବେଳେ ଅବଶିଷ୍ଟ ୪୦ କୋଟି ବାକି ରହିଛି ।

୬- ମୁମ୍ବାଇ ଇଣ୍ଡିଆନ୍ସ: ଦଳ ରୋହିତ ଶର୍ମାଙ୍କୁ ୧୬ କୋଟି, ଯଶପ୍ରୀତ ବୁମ୍ରାଙ୍କୁ ୧୨ କୋଟି, ସୂର୍ଯ୍ୟ କୁମାର ଯାଦବଙ୍କୁ ୮ କୋଟି, କିରନ ପୋଲାର୍ଡଙ୍କୁ ୬ଟିରେ ରଖି ଏପରି ଭାବେ ୪୨ କୋଟି ବିନିଯୋଗ କରିଛି । ତେବେ ଦଳ ପାଖରେ ଅବଶିଷ୍ଟ ୪୮ କୋଟି ବାକି ରହିଛି ।

୭- ପଞ୍ଜାବ କିଙ୍ଗସ: ଦଳ ମୟଙ୍କ ଅଗ୍ରୱାଲଙ୍କୁ ୧୨ କୋଟି ଓ ଅର୍ଶଦୀପ ସିଂଙ୍କୁ ୪ କୋଟିରେ ରଖିଛି । ଏପରି ଭାବେ ଦଳ ୧୮ କୋଟି ବିନିଯୋଗ କରିଥିବା ବେଳେ ଆଉ ୭୨ କୋଟି ବଳକା ରହିଛି ।

୮- ରାଜସ୍ଥା ରୟାଲ୍ସ: ଦଳ ସଞ୍ଜୁ ସାମସନଙ୍କୁ ୧୪ କୋଟି, ଜୋସ ବଟଲରଙ୍କୁ ୧୦ କୋଟି, ଯଶସ୍ୱୀ ଜୈସୱାଲଙ୍କୁ ୪ କୋଟିରେ ରଖିଛି । ଦଳ ମୋଟ ୨୮ କୋଟି ବିନିଯୋଗ କରିସାରିଥିବା ବେଳେ ଆଉ ୬୨ କୋଟି ବଳକା ରହିଛି ।

୯- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଦଳ ବିରାଟ କୋହଲିଙ୍କୁ ୧୫ କୋଟି, ଗ୍ଲେନ ମ୍ୟାକ୍ସୱେଲଙ୍କୁ ୧୧ କୋଟି ଓ ମହମ୍ମଦ ସିରାଜଙ୍କୁ ୭ କୋଟିରେ ରଖିଛି । ଏପରି ଭାବେ ଦଳ ୩୩ କୋଟି ବିନିଯୋଗ କରିବା ପରେ ଅବଶିଷ୍ଟ ୫୭ କୋଟି ଟଙ୍କା ରହିଛି ।

୧୦- ସନରାଇଜର୍ସ ହାଇଦ୍ରାବାଦ: ଦଳ କେନ ୱିଲିୟମସନଙ୍କୁ ୧୪ କୋଟି, ଅବଦୁଲ ସମଦଙ୍କୁ ୪ କୋଟି ଓ ଉମରନ ମଲିକଙ୍କୁ ୪ କୋଟିରେ କିଣିଛି । ଏପରି ଭାବେ ଦଳ ୨୨ କୋଟି ବିନିଯୋଗ କରିସାରିଥିବା ବେଳେ ଆଉ ବଳକା ୬୮ କୋଟି ରହିଛି ।

Get real time updates directly on you device, subscribe now.