fbpx

ଦେଶରେ କରୋନାକୁ ନେଇ ଚିନ୍ତାରେ ସରକାର; ସୁସ୍ଥଠାରୁ ୩ ଗୁଣା ଅଧିକ ନୂଆ ମାମଲା, ୨୪ ଘଣ୍ଟାରେ ୪୪୨ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ସହରରେ କରୋନା ମାମଲା ସାଙ୍ଗକୁ ଓମିକ୍ରନ ମାମଲାକୁ ଅଧିକ ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୯୪ ହଜାର ୭୨୦ ପଜିଟିଭ ଚିହ୍ନଟ ହୋଇଛନ୍ତି । କାଲି ତୁଳନାରେ ୧୫.୯% ବଢ଼ିଛି ସଂକ୍ରମଣ । ଦେଶରେ ସଂକ୍ରମଣ ହାର ୧୧.୦୫% ହୋଇଛି । ଏହା ସହ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୮୬୮ରେ ପହଞ୍ଚିଛି । ଏହା ସହିତ ୨୪ ଘଣ୍ଟା ମଧ୍ୟରେ ୪୪୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି କ୍ରମରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୪ ହଜାର ୬୫୫କୁ ବୃଦ୍ଧି ପାଇଛି ।

କେବଳ ଏତିକି ନୁହେଁ, ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ୩୪,୪୨୪ ମାମଲା ସାମ୍ନାକୁ ଆସିଛି । ଏହା ବ୍ୟତୀତ ଦିଲ୍ଲୀରେ ୨୧,୨୫୯, ପଶ୍ଚିମବଙ୍ଗରେ ୨୧,୦୯୮, ତାମିଲନାଡୁରେ ୧୫,୩୭୯, କର୍ଣ୍ଣାଟକରେ ୧୪,୪୭୩ ହଜାର ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୬୦,୭୦,୫୧୦ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୩,୪୬,୩୦,୫୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ସକ୍ରିୟ ମାମଲା ୯,୫୫,୩୧୯ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧,୫୩,୮୦,୦୮,୨୦୦ ଲୋକ ଟିକା ନେଇଛନ୍ତି ।

Get real time updates directly on you device, subscribe now.