fbpx
BSKY
BJD MC SKY
BJD YOUTH SKY

ଟ୍ରେନରେ ବୁଲୁଛନ୍ତି କରୋନା ଆକ୍ରାନ୍ତ, ବନ୍ଦ କରନ୍ତୁ ଯାତ୍ରା: ରେଳ ବିଭାଗ

ନୂଆଦିଲ୍ଲୀ,୨୧/୩: କରୋନା ଭାଇରସ ପାଇଁ ସାରା ବିଶ୍ୱରେ ହାହାକାର ପଡ଼ିଛି। ଭାରତରେ ବି ଏହି ଭାଇରସ ତୀବ୍ର ଭାବେ ବଢିଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ୩୧୦କୁ ବୃଦ୍ଧି ପାଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। କିଛି ରେଳ ଯାତ୍ରୀଙ୍କଠାରେ କରୋନା ଭାଇରସ ପାଇବା ପରେ ଏବେ ଟ୍ରେନରେ ଯିବା ବିପଦ ସାବ୍ୟସ୍ତ ହୋଇଛି ।

ଏହାକୁ ନେଇ ରେଲ ବିଭାଗ ଆଲର୍ଟ ରହିବା ସହ ଟ୍ରେନରେ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି । ରେଳ ମନ୍ତ୍ରଳାୟ ପକ୍ଷରୁ ଟ୍ୱିଟ୍ ଜରିଆରେ କୁହାଯାଇଛି ଯେ, ଟ୍ରେନରେ ଯାତ୍ରା କରୁଥିବା ବହୁ ଯାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି, ଯାହାକି ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏନେଇ ଟ୍ରେନରେ ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ ।’ ରେଳ ବିଭାଗ ନିବେଦନ କରିଛି ଯେ, ଆପଣ ନିଜର ପରିବାର ଲୋକଙ୍କ ପାଇଁ ଟ୍ରେନ୍ ଯାତ୍ରା କରନ୍ତୁ ନାହିଁ ।

 

Get real time updates directly on you device, subscribe now.