fbpx

ଦେଶବ୍ୟାପୀ ଜନତା କର୍ଫ୍ୟୁ

ଭୁବନେଶ୍ୱର, ୨୨ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ ବ୍ୟାପି ଚାଲିଛି କରୋନା ଭାଇରସ୍ । ଏନେଇ କୌଣସି ପ୍ରତିଷେଧକ ମଧ୍ୟ ଏପର୍ଯ୍ୟନ୍ତ ବାହାରିନି । ତେଣୁ ଏହି କରୋନା ମୁକାବିଲା ପାଇଁ ଆଜି ଦେଶବ୍ୟାପି ଜନତା କର୍ଫ୍ୟୁ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଥିଲେ । ତାଙ୍କ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଆଜି କରୋନା ମୁକାବିଲା ପାଇଁ ସାରାଦେଶରେ ଜନତା କର୍ଫ୍ୟୁ ପାଳନ କରାଯାଉଛି । ଦେଶବ୍ୟାପୀ ରାତି ୯ଟା ଯାଏଁ ଜନତା କର୍ଫ୍ୟୁ ଲାଗୁ ହୋଇଛି । ରାତି ୯ଟା ଯାଏଁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଜନତା କର୍ଫ୍ୟୁ ପ୍ରଭାବରେ ସବୁଠି ଶୂନଶାନ ହୋଇପଡ଼ିିଥିବା ଦେଖିବାକୁ ମିଳିଛି । ଏହାସହ ଦୋକାନ ବଜାର, ଗାଡ଼ି ମୋଟର ବନ୍ଦ ରହିଛି । ଦରକାର ନଥିଲେ ଘରୁ ନବାହାରିବାକୁ ସମସ୍ତଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଛି ।

Get real time updates directly on you device, subscribe now.