fbpx

ଜନତା କର୍ଫ୍ୟୁ, ୧୪୧ ଟ୍ରେନ୍ ବାତିଲ

ଭୁବନେଶ୍ୱର, ୨୨ା୩(ଓଡ଼ିଶା ଭାସ୍କର): ଜନତା କର୍ଫ୍ୟୁ ପାଇଁ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି ପୂର୍ବତନ ରେଳବାଇ ପକ୍ଷରୁ ୧୪୧ ଟ୍ରେନ ବାତିଲ ହୋଇଛି । ୪୮ଟି ଏକ୍ସପ୍ରେସ ଓ ୯୩ଟି ଯାତ୍ରୀବାହୀ ଟ୍ରେନ ବାତିଲ ହୋଇଥିବା ସୂଚନା ମିଳିଛି । କରୋନା ମୁକାବିଲା ପାଇଁ ସାରାଦେଶରେ ଜନତା କର୍ଫ୍ୟୁ ପାଳନ ହେଉଛି ।
କରୋନା ମୁକାବିଲା ପାଇଁ ଆଜି ଦେଶବ୍ୟାପି ଜନତା କର୍ଫ୍ୟୁ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଥିଲେ । ତାଙ୍କ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଆଜି କରୋନା ମୁକାବିଲା ପାଇଁ ସାରାଦେଶରେ ଜନତା କର୍ଫ୍ୟୁ ପାଳନ କରାଯାଉଛି । ଦେଶବ୍ୟାପୀ ରାତି ୯ଟା ଯାଏଁ ଜନତା କର୍ଫ୍ୟୁ ଲାଗୁ ହୋଇଛି । ରାତି ୯ଟା ଯାଏଁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଜନତା କର୍ଫ୍ୟୁ ପ୍ରଭାବରେ ସବୁଠି ଶୂନଶାନ ହୋଇପଡ଼ିିଥିବା ଦେଖିବାକୁ ମିଳିଛି । ଏହାସହ ଦୋକାନ ବଜାର, ଗାଡ଼ି ମୋଟର ବନ୍ଦ ରହିଛି । ଦରକାର ନଥିଲେ ଘରୁ ନବାହାରିବାକୁ ସମସ୍ତଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଛି ।

Get real time updates directly on you device, subscribe now.