fbpx

ଅବକାରୀ ନିତିରେ ଦୁର୍ନୀତି: ମଦ କାରବାର ଘୋଟାଲାରେ ସମୀର ମହେନ୍ଦ୍ରଙ୍କୁ ଗିରଫ କଲା ED

ନୂଆଦିଲ୍ଲୀ: ଅବକାରୀ ନିତିରେ ହୋଇଥିବା ଦୁର୍ନୀତି ମାମଲାରେ ପବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ଏକ୍ସାଇଜ୍ ପଲିସିରେ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ଦେଶର ପ୍ରସିଦ୍ଧ ମଦ ବ୍ୟବସାୟୀ ସମୀର ମହେନ୍ଦ୍ରଙ୍କୁ ଗିରଫ କରିଛି। ଗିରଫ ପୂର୍ବରୁ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ସମୀର ମହେନ୍ଦ୍ରଙ୍କୁ ନୂତନ ଏକ୍ସାଇଜ୍ ପଲିସି ବିଷୟରେ ଅନେକ ପ୍ରଶ୍ନ ପଚରାଯାଇଥିଲା ।

ତେବେ ଏହି ଘଟଣାରେ ଇଡି ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ହେବା ପରେ ସମୀର ମହେନ୍ଦ୍ରଙ୍କୁ ଗିରଫ କରିଥିଲା। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଏହି ପ୍ରସିଦ୍ଧ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ତେବେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ସମୀର ମହେନ୍ଦ୍ରଙ୍କୁ ଆଜି କୋର୍ଟରେ ହାଜିର କରାଇବେ ।

ସୂଚନାଯୋଗ୍ୟ ଯେ ଦିଲ୍ଲୀ ସରକାରଙ୍କ ପୁରୁଣା ମଦ ନୀତି ତୁଳନାରେ ଏକ୍ସାଇଜ୍ ମନ୍ତ୍ରୀ ମନୀଷ ସିସୋଡିଆ ୨୦୨୧-୨୨ ମସିହାରେ ଏକ ନୂତନ ନୀତି ଆଣିଥିଲେ। ଯାହାକୁ ନେଇ ତଦନ୍ତକାରୀ ସଂସ୍ଥା ଏଥିରେ ଦୁର୍ନୀତି ନେଇ ଗୁରୁତର ଅଭିଯୋଗ ଆଣିଛି। ଅନୁସନ୍ଧାନକାରୀ ଏଜେନ୍ସି ଦାବି କରିଛି ଯେ ନୂତନ ନୀତି ମଦ ବିକ୍ରେତାଙ୍କ ଖୁଚୁରା ମାର୍ଜିନକୁ ବହୁମାତ୍ରାରେ ବୃଦ୍ଧି କରିଛି। ତେବେ ଦିଲ୍ଲୀ ସରକାରଙ୍କ ନୂତନ ଏକ୍ସାଇଜ୍ ପଲିସିରେ ଅଭିଯୋଗ ହୋଇଥିବା ସ୍କାମ ମାମଲାରେ ସିବିଆଇ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହା ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଏହି ମାମଲାରେ ସକ୍ରିୟ ହୋଇ ମନି ଲଣ୍ଡରିଂ ମାମଲା ପଞ୍ଜିକୃତ କରିଥିଲା। ଯାହା ଦ୍ୱାରା ଦିଲ୍ଲୀ ସମେତ ଉତ୍ତରପ୍ରଦେଶର ଲକ୍ଷ୍ନୌ, ହରିୟାଣାର ଗୁରୁଗ୍ରାମ, ଚଣ୍ଡିଗଡ଼, ମୁମ୍ବାଇ, ହାଇଦ୍ରାବାଦ, ବାଙ୍ଗାଲୋର ପରି ୩୦ ଟି ସ୍ଥାନରେ ଏହି ଚଢାଉ କରାଯାଇଥିଲା।

Get real time updates directly on you device, subscribe now.