fbpx

AIIMS ଭୁବନେଶ୍ୱର ପକ୍ଷରୁ ବାହାରିଲା ଅନେକ ପଦବୀ

ସ୍ୱାସ୍ଥ୍ୟ କ୍ଷେତ୍ରରେ ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପକ୍ଷରୁ ବାହାରିଛି ଅନେକ ପଦବୀ । ମୋଟ ୯୯ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇପାରିବେ । ଆଶାୟୀମାନେ ଆବେଦନ କରିବା ପୂର୍ବରୁ ବିଜ୍ଞାପନକୁ ଭଲ ଭାବେ ପଢ଼ି ଆବେଦନ କରିବାକୁ ଅନୁରୋଧ ।

ସିନିୟର ରେସିଡେଣ୍ଟ ପଦବୀ ପାଇଁ ଏହି ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୪୫ ବର୍ଷ ରହିଥିବା ବେଳେ ଏସସି / ଏସଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଓ ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷର କୋହଳ କରାଯିବ । ଏହି ଆବେଦନ ଅଫଲାଇନ୍ ମୋଡ଼ରେ କରାଯିବ । ପ୍ରାର୍ଥୀମାନେ ଏମ୍ସର ଅଫିସିଆଲ ୱେବସାଇଟ ଙ୍ଗଙ୍ଗଙ୍ଗ.ବସସଜ୍ଞଗ୍ଦଭଷଙ୍କଭବଦ୍ଭରଗ୍ଦଙ୍ଗବକ୍ସ.ଦ୍ଭସମ.ସଦ୍ଭରୁ ଆବେଦନ ଫର୍ମ ଡାଉନଲୋଡ୍ କରିପାରିବେ ।

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/09/Notification-AIIMS-Bhubaneswar-Sr-Resident-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.aiims.edu/en.html

Get real time updates directly on you device, subscribe now.