fbpx

Popular Front of India:କାହିଁକି ବିବାଦ ଘେରରେ ପିଏଫଆଇ?

ଭୁବନେଶ୍ୱର : ବର୍ତ୍ତମାନ ସବୁଠାରେ ଚର୍ଚ୍ଚାରେ ଅଛି । ଯେଉଁ ଗଣମାଧ୍ୟମ ଦେଖିବେ ସବୁଠି ବାସ ପିଏଫଆଇ ନେଇ ଖବର ପ୍ରସାରଣ ହେଉଛି ତେବେ ଆପଣ ଜାଣନ୍ତି କି ପିଏଫଆଇ କଣ?ତେବେ ଆସନ୍ତୁ ଜାଣିବା ..ପିଏଫଆଇ ପପୁରାଲ ଫ୍ରଣ୍ଟ ଅଫ ଇଣ୍ଡିଆ, ଏହା ଏକ ଚରମପନ୍ଥୀ ଇସଲାମିକ ସଙ୍ଗଠନ। ୨୦୦୬ରେ ନ୍ୟାସନାଲ ଡେଭଲପମେଣ୍ଟ ଫ୍ରଣ୍ଟର ଉତ୍ତରାଧିକାରୀ ଭାବେ ଗଠିତ ହୋଇଥିଲା। ଏହି ସଙ୍ଗଠନ ଦଳିତ,ଆଦିବାସୀ, ସଂଖ୍ୟା ଲଘୁଙ୍କ ହକ୍ ପାଇଁ ସ୍ବର ଉତ୍ତୋଳନ କରେ ବୋଲି ସ୍ବୟଂ ନିଜ ଭିତରେ ଯୁକ୍ତିବାଢି ଆସିଛି । ଏହା ଇସଲାମିକ ସଙ୍ଗଠନ ହୋଇଥିବା ବେଳେ ଏହା ମୁସଲମାନ ସମ୍ପ୍ରଦାୟ ଉପରେ ହେଉଥିବା ଅତ୍ୟାଚାର ଉପରେ ମଧ୍ୟ ସ୍ବର ଉତ୍ତୋଳନ କରିଥାଏ। ସଙ୍ଗଠନ ଏତେ ସକ୍ରିୟ ଯେ ପୁରା ଦେଶର ୨୩ଟି ରାଜ୍ୟରେ ପ୍ରାୟ ୫ଲକ୍ଷରୁ ଅଧିକ ସଦସ୍ୟ ରହିଛନ୍ତି। ଏହାର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀର ଶାହିନବାଗରେ ରହିଛି।

ଏହି ସଙ୍ଗଠନ ହିଜାବ ବିବାଦ ,ଶାହିନବାଗରେ ସିଏଏ ବିରୁଦ୍ଧରେ ପ୍ରଦର୍ଶନ, ବାବରି ମସଜିଦ ଘଟଣା, ଚାଷୀ ଆତ୍ମହତ୍ୟା, କେରଳରେ ଚର୍ଚ୍ଚ ଉପରେ ହୋଇଥିବା ବିବାଦ ଆଦି ଅନେକ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲା। ତେବେ ଏହା ଲୋକଲୋଚନକୁ ସେତେବେଳେ ଆସିଲା ଯେତେବେଳେ ଦିଲ୍ଲୀର ରାମଲୀଲା ମୈଦାନରେ ପିଏଫଆଇ ନ୍ୟାସନାଲ କନଫରେନ୍ସର ଆୟୋଜନ କରିଥିଲା । କନଫରେନ୍ସରେ ଏତେ ମାତ୍ରାରେ ଲୋକ ଯୋଗ ଦେଇଥିଲେ ,ଯାହା ସଂଗଠନ ପ୍ରତି ଜନ ସମର୍ଥନକୁ ସୂଚାଇ ଥିଲା।

କାହିଁକି ବିବାଦରେ ପିଏଫଆଇ?
ନିଜକୁ ନ୍ୟାୟ, ସ୍ବତନ୍ତ୍ରତାର ପରିଚୟ ଦେଉଥିବା ପିଏଫଆଇ ଉତ୍ତରପ୍ରଦେଶରେ ଘଟିଥିବା ସିଏଏ ହିଂସାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଅଭିଯୋଗ ହୋଇଥିଲା। ୨୦୨୧ ରେ ଏହି ସଙ୍ଗଠନକୁ ବ୍ୟାନ କରିବା ପାଇଁ ମଧ୍ୟ ଆଦେଶ ଦିଆଯାଇଥିଲା। ପିଏଫଆଇର ବିଭିନ୍ନ ସ୍ଥାନରେ ଯାଞ୍ଚ ସମୟରେ ମଧ୍ୟ ବିଭିନ୍ନ ସ୍ଥାନରୁ ଅସ୍ତ୍ରଶସ୍ତ୍ର ,ବମ୍ ଆଦି ଅନେକ ବେଆଇନ ସାମଗ୍ରୀ ବିପୁଳ ମାତ୍ରାରେ ଜବତ ହୋଇଥିଲା। କେବଳ ଏତିକି ନୁହେଁ ପିଏଫଆଇର ତାଲିବାନ , ସିରିଆ ସହିତ ମଧ୍ୟ ଜଡିତ ଥିବାର ଅନେକ କାଗଜପତ୍ର ଏବଂ ସିଡି ଜବତ ହୋଇଥିଲା।

ସେପଟେ ପିଏଫଆଇ ନ୍ୟାସନାଲ ସେକ୍ରେଟେରୀ ଅନିଶ ଅହମଦ ଏକ ସାକ୍ଷାତକାରରେ କହିଥିଲେ ଯେ ଆମେ କେବେ ବି ସାମ୍ପ୍ରଦାୟୀକ ଭାବକୁ ପ୍ରାଧାନ୍ୟ ଦେଇ ନାହୁଁ। ସର୍ବଦା ଲୋକମାନଙ୍କର ସ୍ବର ହେବାକୁ ଚେଷ୍ଟା କରିଛୁ। ଯେଉଁ ଠାରେ ଲୋକମାନେ ତାଙ୍କର ଅଧିକାର ପାଇଁ ଲଢ଼ିବାକୁ ଚାହିଁଛନ୍ତି ପିଏଫଆଇ ସର୍ବଦା ତାଙ୍କ ସହିତ ଛିଡା ହୋଇଛି। କିନ୍ତୁ କେନ୍ଦ୍ରସରକାର ଆମ ଉପରେ ଅନେକ ଆରୋପ ଲଗାଉଛି କିନ୍ତୁ ଏହାର ସତ୍ୟାସତ ବର୍ତ୍ତମାନ ସୁଦ୍ଧା ପ୍ରମାଣିତ ହୋଇ ପାରିନାହିଁ। ପିଏଫଆଇ ସମାଜ ପାଇଁ କାମ କରୁଛି ଏବଂ ଏହି ସଙ୍ଗଠନ ତାର କାର୍ଯ୍ୟ ଆଗକୁ ଜାରି ରଖିବ ବୋଲି ସେ ପ୍ରକାଶ କରିଛନ୍ତି।

ଦେଶରେ ହେଉଥିବା ହିଂସା ଘଟଣାରେ ପିଏଫଆଇର ଭୂମିକା ଥିବାର ଆଲୋଚନା ହେଉଥିବା ବେଳେ ବର୍ତ୍ତମାନ ଅନୁସନ୍ଧାନକାରୀ ଏଜେନ୍ସି ଏହାକୁ ତଦାରଖ କରୁଛି । ବର୍ତ୍ତମାନ ସଂଗଠନକୁ ରାଜ୍ୟବ୍ୟାପୀ ବନ୍ଦ କରିବାକୁ ମଧ୍ୟ ଆଲୋଚନା ଚାଲିଛି।ଏହାସହ ଗୃହ ମନ୍ତ୍ରାଳୟ ପିଏଫ୍‌ଆଇ ଉପରେ ପାଞ୍ଚ ବର୍ଷର ପ୍ରତିବନ୍ଧକ ଲଗାଇଛି।

Get real time updates directly on you device, subscribe now.