fbpx

ପ୍ରବାସୀଙ୍କ ପାଇଁ କଡାକଡି ହେଲା କୋଷ୍ଟାଲ୍ ପେଟ୍ରୋଲିଂ

ଭୁବନେଶ୍ୱର ୨୩ ।୪ (ଓଡିଶା ଭାସ୍କର) : ପ୍ରବାସୀଙ୍କ ଲାଗି ଜଳପଥ ଉପରେ ନଜର । କଡାକଡି ହେଲା କୋଷ୍ଟାଲ ପେଟ୍ରୋଲିଂ । ଜଳପଥ ଦେଇ ଆସି ପାରିବେ ନାହିଁ ପ୍ରବାସୀ । ପ୍ରବାସୀଙ୍କ ଉପରେ କଡା ନଜର ରଖିବ କୋଷ୍ଟଗାର୍ଡ । ୧୮ ମେରାଇନ୍ ପୋଲିସ୍ ଷ୍ଟେସନକୁ ସଜାଗ ରହିବା ପାଇଁ ମିଳିଛି ନିର୍ଦ୍ଦେଶ । କଡାକଡି ଭାବେ ବୋଟ ଗୁଡିକୁ ଚେକିଙ୍ଗ୍ କରାଯାଉଛି । ଫିସ୍ ଲ୍ୟାଂଣ୍ଡି ସେଣ୍ଟରଗୁଡିକରେ ଅଧିକ ଫୋର୍ସ ମୁତୟନ କରାଯାଇଛି । ଜଳପଥରେ ନ୍ଜର ରଖିବା ପାଇଁ ସ୍ଥାନୀୟ ଯୁବକଙ୍କୁ ନେଇ ଗଠିତ ହୋଇଛି ‘ସାଗର ରକ୍ଷକ ଦଳ’ । ଏନେଇ ରେଲୱ ଓ କୋଷ୍ଟଗାର୍ଡ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି ୬୨୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୬୦୪ ଓ ସ୍ଥାନୀୟ ଅଞ୍ଚଳରୁ ୨୬୧୧ ଜଣ ଚିହ୍ନଟ ହୋଇଛନ୍ତି । ଆଜି କରୋନାରେ ପାଞ୍ଚଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୯୭୩କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.