fbpx

୨୯ରୁ ଡାକ୍ତରୀ ପାଠପଢ଼ା MBBS ପାଇଁ କାଉନସେଲିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଭେମ୍ବର ୨୯ରୁ ଡାକ୍ତରୀ ପାଠପଢ଼ା ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । MBBS ଓ BDS ନାମଲେଖା ପାଇଁ କାଉନସେଲିଂ ଆରମ୍ଭ ହେବ । NEET ରାଙ୍କ ଅନୁସାରେ କାଉନସେଲିଂ ରେ ଛାତ୍ରଛାତ୍ରୀମାନେ ସାମିଲ ହେବେ । ସରକାରୀ ମେଡିକାଲ କଲେଜ ଓ ହାଇଟେକ୍ ମେଡିକାଲ କଲେଜରେ ହେବ କାଉନସେଲିଂ । ଅନଲାଇନ୍ ମାଧ୍ୟମରେ କାଉନସେଲିଂରେ ଛାତ୍ରଛାତ୍ରୀମାନେ ସାମିଲ ହୋଇପାରିବେ । ୱେବସାଇଟ ମାଧ୍ୟମରେ କାଉନସେଲିଂର ସମ୍ପୂର୍ଣ୍ଣ ତଥ୍ୟ ଆପଣ ଜାଣିପାରିବେ । ୱେବସାଇଟ୍ ହେଉଛି http://www.ojee.nic.in  / http://www.odishajee.com। ମେଡିକାଲ କାଉନସେଲିଂ ନେଇ ଓଜେଇଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.