fbpx

ଆଦିତ୍ୟ ଆଦିତ୍ୟ L1 ଲଞ୍ଚିଂ ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍‌, ମିଶନ ମଡେଲ୍‌କୁ ନେଇ ଭେଙ୍କେଟେଶ୍ୱରରେ ପହଞ୍ଚିଲ ଇସ୍ରୋ ବୈଜ୍ଞାନିକ

ନୂଆଦିଲ୍ଲୀ: ଭାରତର ପ୍ରଥମ ସୋଲାର ମିଶନ ଆଦିତ୍ୟ L1 ଲଞ୍ଚିଂ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଶୁକ୍ରବାର(୧ ସେପ୍ଟେମ୍ବର)ରେ ଏହି ସୂଚନା ଦେଇଛି । ଏହା ପୁର୍ବରୁ ଇସ୍ରୋ ବୈଜ୍ଞାନିକମାନେ ଆଦିତ୍ୟ L1 ମିଶନର ମିନି ମଡେଲ ସହିତ ତିରୁମାଳା ଶ୍ରୀ ଭେଙ୍କେଟେଶ୍ୱର ମନ୍ଦିରରେ ପୂଜା କରିବାକୁ ପହଞ୍ଚିଥିଲେ ।

ଭାରତର ପ୍ରଥମ ସୌର ମିଶନ (ଆଦିତ୍ୟ L1) ସେପ୍ଟେମ୍ବର ୨ ରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ସ୍ପେସ୍ ସେଣ୍ଟରରୁ ସକାଳ ୧୧.୫୦ ରେ ଲଞ୍ଚିଂ ହେବ । ଉତକ୍ଷେପଣ ପାଇଁ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ଇସ୍ରୋ ମୁଖ୍ୟ ସୋମନାଥ ଗୁରୁବାର ଦିନ ଚେନ୍ନାଇରେ କହିଛନ୍ତି ଯେ ରକେଟ୍ ଏବଂ ଉପଗ୍ରହ ପ୍ରସ୍ତୁତ । ଲଞ୍ଚିଂ ପାଇଁ ଆମେ ରିହର୍ସାଲ୍ ସମାପ୍ତ କରିଛୁ । ”

Get real time updates directly on you device, subscribe now.