fbpx

ଦେଶର ସବୁଠୁ ଦାମୀ ଆମ୍ବ, ଜଗିଛନ୍ତି ୬ କୁକୁର

ନୂଆଦିଲ୍ଲୀ: ଦୁଇ ଆମ୍ବ ଗଛକୁ ଜଗିଛନ୍ତି ଚାରି ଜଗୁଆଳୀ ଏବଂ ଛଅଟି କୁକୁର, ଯେଉଁମାନେ ଆମ୍ବ ଚୋରି ହେବାରୁ ବଞ୍ଚାଇବେ । ତେବେ ଆପଣ ଭାବୁଥିବେ ଏହା ଏମିତି କି’ ପ୍ରକାରର ଆମ୍ବ ଯାହାକୁ ଜଗିବାକୁ 10 ଜଗୁଆଳୀ ଆବଶ୍ୟକ ପଡ଼ିଲା ? ମଧ୍ୟପ୍ରଦେଶ ଜବଲପୁରରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟକର ଘଟଣା । ମଧ୍ୟପ୍ରଦେଶର ଏକ ଦମ୍ପତି ନିଜ ବଗିଚାରେ ଜାପାନର ସବୁଠାରୁ ଦାମୀ ଆମ୍ବ ଗଛ ରୋପଣ କରିଛନ୍ତି । ଏହି ଆମ୍ବ ହେଉଛି ଜାପାନର ପ୍ରସିଦ୍ଧ ଆମ୍ବ ‘ମିଆଜାକି‘  । ଯାହାର ମୂଲ୍ୟ ଶୁଣିଲେ ଆପଣ ଆାଶ୍ଚର୍ଯ୍ୟ ହୋଇଯିବେ । ଏହି ଆମ୍ବର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ କିଲୋ ପିଛା 2.70 ଲକ୍ଷ ଟଙ୍କା ରହିଛି । ଆଉ ଏହାର ସୁରକ୍ଷା ପାଇଁ ଏହି ଦମ୍ପତି ନିୟୋଜିତ କରିଛନ୍ତି ଜଗୁଆଳୀ ।

ଦମ୍ପତି ରାନୀ ଏବଂ ପରିହର ଚେନ୍ନାଇ ଯାଉଥିବା ସମୟରେ ଟ୍ରେନରେ ଯାଉଥିବା ସମୟରେ ଜଣେ ବ୍ୟକ୍ତି ଏହି ଆମ୍ବର ଚାରା ତାଙ୍କୁ ଦେଇଥିଲେ ଏବଂ ଏହାର ଯତ୍ନ ନେବାକୁ କହିଥିଲେ । ଏହାକୁ ଦମ୍ପତି ତାଙ୍କ ବଗିଚାରେ ଲଗାଇଥିଲେ । ଚାରାଗୁଡିକ ବିକଶିତ ହୋଇ ଅସାଧାରଣ ରୁବି ରଙ୍ଗର ଆମ୍ବ ଧାରଣ କରିଥିଲା ଏବଂ ସେମାନେ ପରେ ଜାଣିବାକୁ ଥିଲେ ଯେ ଏହା ଏକ ଦୁର୍ଲଭ ଆମ୍ବ ଜାପାନୀଜ ’ମିଆଜାକି’ । ଏହାକୁ ନେଇ ବେସ୍‌ ଖୁସି ହୋଇଥିଲେ । ପରିହର କହିଛନ୍ତି ଯେ ସେମାନେ ଏହାର ସୁରକ୍ଷା କରିପାରିବେ ମାତ୍ର ଗତ ବର୍ଷ ଚୋରମାନେ ସେମାନଙ୍କ ବଗିଚାରେ ପଶି ଆମ୍ବ ଚୋରି କରିଥିଲେ ଏବଂ ଏହାପରେ ତାଙ୍କ ବଗିଚାରେ ବିରଳ ଆମ୍ବ ଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଜଣାପଡ଼ିଯାଇଥିଲା । ପରିହର ଆହୁରି କହିଛନ୍ତି ଯେ ସେମାନେ ଏହି ବର୍ଷ ବିରଳ ଗଛ ଏବଂ ସାତ ଆମ୍ବକୁ ଜଗିବା ପାଇଁ ଚାରି ଜଣ ଜଗୁଆଳୀଙ୍କ ଏବଂ 6ଟି କୁକୁରଙ୍କୁ ନିୟୋଜିତ କରିଛନ୍ତି । ପରିହରଙ୍କ ପତ୍ନୀ କହିଛନ୍ତି, ଆମ୍ବ ଚାଷୀ ଏବଂ ଫଳପ୍ରେମୀମାନେ ଆମ୍ବ ପାଇଁ ଆମକୁ ଅନେକ ଅଫର ଦେଇଛନ୍ତି । ମୁମ୍ବାଇର ଜଣେ ବ୍ୟବସାୟୀ ଗୋଟିଏ ଆମ୍ବକୁ 21,000 ଟଙ୍କା ଦେବାକୁ ଅଫର ମଧ୍ୟ ଦେଇଛନ୍ତି । କିନ୍ତୁ ସେ କାହାକୁ ଆମ୍ବ ବିକ୍ରି କରିବା ପାଇଁ ମନାକରିଦେଇଛନ୍ତି ।

Mango Tree

ମଧ୍ୟପ୍ରଦେଶ କୃଷି ଉଦ୍ୟାନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଆରଏସ କାଟାରା କହିଛନ୍ତି ଯେ ସେ ବଗିଚା ଯାଞ୍ଚ କରିଛନ୍ତି ଏବଂ ଏହି ଫଳ ଭାରତରେ ବିରଳ । “ଏହା ଏଥିପାଇଁ ମହଙ୍ଗା କାରଣ ଏହାର ଉତ୍ପାଦନ ବହୁତ କମ୍ ଏବଂ ଏହାର ସ୍ୱାଦ ବହୁତ ମିଠା ଅଟେ | ଏହା ବହୁତ ଅଲଗା ଦେଖାଯାଏ | ବିଦେଶର ଲୋକମାନେ ଏହି ଆମ୍ବକୁ ଉପହାର ସ୍ୱରୂପ ଦିଅନ୍ତି। ” ସେ କହିଛନ୍ତି ଯେ କୃଷକମାନଙ୍କୁ ଚାଷ କରିବା ପାଇଁ ପ୍ରୋତ୍ସାହିତ କରିବା ପୂର୍ବରୁ ସେମାନେ ପୁନର୍ବାର ଫଳ ଯାଞ୍ଚ କରିବେ।

Get real time updates directly on you device, subscribe now.