fbpx

ଖୁସି ଖବର: ଓଡ଼ିଶାରୁ ଆଜି ୬ ହଜାର ୨୫୨ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬ ହଜାର ୨୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮ ଲକ୍ଷ ୨୯ ହଜାର ୮୫୧ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୯୩ ଜଣ ସୁସ୍ଥ ହୋଇଥିବା କଟକରୁ ୬୨୨, ଯାଜପୁରରୁ ୪୦୬, ଅନୁଗୁଳରୁ ୪୦୩, ବାଲେଶ୍ୱରରୁ ୩୭୩, ମୟୂରଭଞ୍ଜରୁ ୨୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.