fbpx

ନିଲମ୍ବିତ ହେଲେ ତିର୍ତ୍ତୋଲ ଥାନା ଏସଆଇ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜଗତସିଂହପୁର ତିର୍ତ୍ତୋଲ ଥାନା ଏସଆଇଙ୍କୁ ନିଲମ୍ବିତ କରାଯାଇଛି । ଏସଆଇ ଅନିରୁଦ୍ଧ ନାଏକଙ୍କୁ ନିଲମ୍ବିତ କରିଛନ୍ତି ଏସପି । ନୂଆଗାଁର ରଶ୍ମିକାନ୍ତ ସାହୁଙ୍କୁ ମାଡ ମାରିବା ଘଟଣାରେ ଏସଆଇଙ୍କୁ ନିଲମ୍ବିତ କରାଯାଇଛି । ତେବେ ଗତ ୧୨ ତାରିଖରେ ଜମିବାଡି ବିବାଦ ନେଇ ଥାନାକୁ ଡକାଇ ମାଡ ମାରିବା ଘଟଣାରେ ଅନିରୁଦ୍ଧଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.