fbpx

(video)ଦମ୍ପତି ହଜାର ଫୁଟ ଉପରେ ଶୂନ୍ୟରେ ଏନଜୟ କଲେ ଡିନର ଡେଟ୍ , ସାମ୍ନାକୁ ଆସିଲା ଚକିତ କରିଦେବା ଭଳି ଭିଡିଓ

ଓଡ଼ିଶା ଭାସ୍କର: ନିଜ ପାର୍ଟନରଙ୍କ ସହ ଡିନର ଡେଟ୍‌ରେ ଯିବାକୁ ସମସ୍ତେ ଇଚ୍ଛା ରଖିଥାନ୍ତି । ଏହି ମୁହୂର୍ତ୍ତକୁ ସମସ୍ତେ ସ୍ମରଣୀୟ କରିବାକୁ କେତେ ପ୍ରକାର ଅଭିନବ ପ୍ରୟାସ କରିଥାନ୍ତି । ବହୁ ଲୋକ ରୋମାଣ୍ଟିକ ସ୍ଥାନ ପରିବର୍ତ୍ତେ ଆଡଭେଞ୍ଚର୍ସ ସ୍ଥାନକୁ ଏହି ଡିନର ଡେଟ୍‌ରେ ଯିବାକୁ ଚାହାନ୍ତି । ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଏକ ଦମ୍ପତି ହଜାର ଫୁଟ ଉଚ୍ଚତାରେ ଆକାଶରେ ଝୁଲି ରହି ଡିନର ଡେଟ୍‌ର ଆୟୋଜନ କରିଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି କି ଏକ ଦମ୍ପତି ଏକ ହିଲ୍ ଷ୍ଟେସନରେ ଡେଟ୍ ଲାଗି ପହଞ୍ଚିଛନ୍ତି । ତେବେ ଏଠାରେ ସେ ନିଜର ଡେଟ୍ ଏପରି ଭାବରେ ମନାଇଛନ୍ତି ଯାହା କେବଳ ତାଙ୍କ ପାଇଁ ନୁହେଁ ଦେଖଣାହାରୀଙ୍କ ପାଇଁ ମଧ୍ୟ ସ୍ମରଣୀୟ ପାଲଟିଯାଇଛି । ଏହି ଦମ୍ପତି ଏକ ରଶି ସାହାରାରେ ଏକ ମୁଭିଂ ଡିନର ଟେବୁଲ୍ ସହ ଏକ ଚେୟାରରେ ବସିଥିବା ନଜର ଆସୁଛନ୍ତି । ଏହି ଦମ୍ପତି ହଜାର ଫୁଟ ଉପରେ କେବଳ ରଶି ସାହାରାରେ ଓହଳି ରହିଛନ୍ତି ଓ ତଳେ ଭୟାନକ ଖାଇ ନଜର ଆସୁଛି ।

ଏତେ ଭୟାନକ ଅବସ୍ଥାରେ ଡିନର ଡେଟ୍ କରୁଥିବା ଏହି ଦମ୍ପତି ପୁରା ରିଲାକ୍ସ ନଜର ଆସୁଛନ୍ତି ଓ ବହୁତ ଆରାମରେ ନିଜ ଡେଟ୍‌କୁ ଏନଜୟ କରୁଛନ୍ତି । ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ avioneta_divertida  ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଏହାକୁ ଏ ପର୍ଯ୍ୟନ୍ତ ୬୬ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି ।

Get real time updates directly on you device, subscribe now.