fbpx

କଟକ SVNIRTAR ପକ୍ଷରୁ ବିଜ୍ଞପ୍ତି: କନିଷ୍ଠ ଅଧ୍ୟାପକ, ଜୁନିୟର ଆସିଷ୍ଟାଣ୍ଟ, ଡାଟା ଏଣ୍ଟ୍ରି ଅପରେଟର ପାଇଁ ଅନଲାଇନ୍ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ଟ୍ରେନିଂ ଓ ଗବେଷଣା ପ୍ରତିଷ୍ଠାନ (ଏସଭିନିରତାର) ପକ୍ଷରୁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । କ୍ଲିନିକାଲ ସାଇକୋଲୋଜିଷ୍ଟି-କମ-କନିଷ୍ଠ ଅଧ୍ୟାପକ, ସାମାଜିକ କର୍ମୀ-କମ-ଧନ୍ଦାମୂଳକ ପରାମର୍ଶଦାତା, ଡାଟା ଏଣ୍ଟ୍ରି ଅପରେଟର, କନିଷ୍ଠ ସହାୟକ ପଦ ପୂରଣ ହେବ । ମାର୍ଚ୍ଚ ୧୫ ତାରିଖ ଠାରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ଏହାପରେ ପ୍ରାର୍ଥୀଙ୍କୁ ଅନଲାଇନ୍ ଜେନେରେଟେଡ୍ ଆପ୍ଲିକେସନର କପି ସହିତ ସମସ୍ତ ଡକ୍ୟୁମେଣ୍ଟକୁ ପ୍ରଦତ୍ତ ଠିକଣାରେ ଏପ୍ରିଲ ମାସ ୨୯ ତାରିଖ ମଧ୍ୟରେ ପଠାଇବାକୁ ପଡ଼ିବ । ପ୍ରାର୍ଥୀ କେଉଁ ପଦ ପାଇଁ ଆବେଦନ କରୁଛନ୍ତି ତାହା ଏନଭଲପର ଟପରେ ଉଲ୍ଲେଖ କରିବା ଆବଶ୍ୟକ ।

ସମସ୍ତ ପଦ ଅଣସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । କ୍ଲିନିକାଲ ସାଇକୋଲୋଜିଷ୍ଟି-କମ-କନିଷ୍ଠ ଅଧ୍ୟାପକ ପାଇଁ ୧ଟି, ସାମାଜିକ କର୍ମୀ-କମ-ଧନ୍ଦାମୂଳକ ପରାମର୍ଶଦାତା ପାଇଁ ୧ଟି, ଡାଟା ଏଣ୍ଟ୍ରି ଅପରେଟର ପାଇଁ ୧ଟି ଓ କନିଷ୍ଠ ସହାୟକ ପାଇଁ ୨ଟି ପଦ ଖାଲି ରହିଛି । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା ଓ ବେତନ ହାର ଅଲଗା ଅଲଗା ରହିଛି । ପ୍ରାର୍ଥୀଙ୍କର କାର୍ଯ୍ୟ କ୍ଷେତ୍ରରେ ଅଭିଜ୍ଞତା ରହିଥିବା ଆବଶ୍ୟକ ।

ବିଜ୍ଞପ୍ତି ଲିଙ୍କ: https://svnirtar.nic.in/sites/default/files/recruitement/Detailed%20Recruitment%20Notice%20for%20different%20Permanent%20posts%20of%20SVNIRTAR%2C%20Cuttack.pdf

Get real time updates directly on you device, subscribe now.